ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍ । ରେଳବାଇ ପକ୍ଷରୁ ଚଳାଚଳ କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ରେ ମୋଟ ୧୦ଟି ବଗି ରହିବ । ଏଥିମଧ୍ୟରୁ ୫ଟି ନନ୍-ଏସି ସ୍ଲିପର କ୍ଳାସ ଓ ୫ଟି ୩ ଟାୟର ଏସି କୋଚ ରହିବ ।
ଏଥିରେ ଯେଉଁମାନେ ଯାତ୍ରା କରିବାକୁ ଆଗ୍ରହୀ ସେମାନେ ଦିଲ୍ଳୀର ସଫଦରଜଙ୍ଗ, ଗାଜିଆବାଦ, ମୋରଦାବାଦ, ବରେଲୀ ଓ ଲକ୍ଷ୍ନୌରୁ ଟ୍ରେନ୍ ଧରି ପାରିବେ । ୧୭ ଦିନିଆ ରୁଟ୍ରେ ଶ୍ରଦ୍ଧାଳୁମାନେ ଦେଶରେ ଥିବା ଭଗବାନ ରାମଙ୍କ ସହ ଜଡିତ ସମସ୍ତ ପର୍ଯ୍ୟଟନ ସ୍ଥଳିର ଦର୍ଶନ କରିପାରିବେ ।
ଏହି ଟ୍ରେନ୍ରେ ଯାତ୍ରା କରିବା ପାଇଁ ସ୍ଲିପର କ୍ଲାସ ଲାଗି ଟିକେଟର ମୂଲ୍ୟ ୧୬,୦୬୫ ଓ ଏସି ପାଇଁ ୨୬,୭୭୫ ଟଙ୍କା ରହିିଛି । ଟ୍ରେନ୍ରେ ଯାତ୍ରୀଙ୍କ ପାଇଁ ବିନା ପିଆଜ ରଷୁଣର ନିରାମିଷ ଖାଦ୍ୟ ଯୋଗାଇ ଦିଆଯିବ । ଏଥିସହ ଯାତ୍ରୀ ଟ୍ରେନ୍ ଭିତରେ ରାମାୟଣ କଥା ଶୁଣିପାରିବେ ଏବଂ ଭଜନ କିର୍ତ୍ତିନ ମଧ୍ୟ ବାଜିବ ।
ଏହି ଟ୍ରେନ୍ ଉତ୍ତରପ୍ରଦେଶ ଅଯୋଧ୍ୟାରେ ଥିବା ରାମଜନ୍ମ ଭୂମି ଓ ହନୁମାନ ଗଡି, ପ୍ରୟାଗରେ ଥିବା ତ୍ରିବେଣୀ ସଙ୍ଗମ, ହନୁମନ ମନ୍ଦିର ଓ ଭରଦ୍ୱାଜ ଆଶ୍ରମ, ନନ୍ଦୀ ଗ୍ରାମରେ ଥିବା ଭାରତ ମନ୍ଦିର, ବିହାରରେ ଥିବା ସୀତାମାତା ମନ୍ଦିର, ନେପାଳରେ ଥିବା ଜନକପୁର, ବାରାଣସୀରେ ଥିବା ତୁଳସୀ ମାତା ମନ୍ଦିର ଆଦି ସ୍ଥାନକୁ ଯାତ୍ରା କରିବ ।
BREAKING NEWS
- Trump-Netanyahu Call: ଖାମେନେଇଙ୍କୁ ହତ୍ୟା କରିବା ପୂର୍ବ ୪୮ ଘଣ୍ଟା, ଏମିତି ଟ୍ରମ୍ପଙ୍କୁ ନିଜ କଥାରେ ଫସେଇଥିଲେ ନେତାନ୍ୟାହୁ!
- ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
- ବିଜୁ ନବୀନ ଫାଉଣ୍ଡେସନକୁ ନେଇ ବିଜେଡ଼ି ଦୁଇ ଫାଳ: ସନାତନ ବିଜୁଳି
- ବାଲେଶ୍ବରରେ ପୁଣି ଫୁଟିଲା ଗୁଳି, ୨ ଯୁବକ ଗୁରୁତର
- ବିଧାନସଭା ଅଚଳ କରିବାରେ ବିରୋଧୀ ଫଳପ୍ରଦ ହେବେ ନାହିଁ: ଅଶୋକ ମହାନ୍ତି
- ଆଇପିଏଲର ୭ ନୂଆ ନିୟମ
- Middle East Crisis: “ଯେପରି କୋଭିଡ୍ ସହିତ ଲଢ଼ିଥିଲ ସେହିପରି ପ୍ରସ୍ତୁତ ରୁହ”, କାହିଁକି ଏପରି ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି
- ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ନବୀନ ପଟ୍ଟନାୟକ
- ଓଟିଇଟି ପରୀକ୍ଷା ପାଇଁ ଆବେଦନ ୨୬ରୁ, ମେ’୨୯ରେ ପରୀକ୍ଷା
- ଦଳା ଚକଟାରେ ମୃତ୍ୟୁବରଣ କରିଥିବା ପ୍ରଶଂସକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବ କେଏସସିଏ
Comments are closed.