ନୂଆଦିଲ୍ଲୀ: ମହାଶିବରାତ୍ରୀ ଦିନ ଶେଷ ହୋଇଛି ମହାକୁମ୍ଭର ସମାପନ ହୋଇଛି । ତେବେ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଆସ୍ଥା ନେଇ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର କହିଛନ୍ତି , ମୁଁ କେବଳ ୩ଟି ଜିନିଷ ଦେଖିଲି ଯାହା କୋଟି କୋଟି ଭକ୍ତଙ୍କୁ କୁମ୍ଭମେଳାକୁ ବାଟ କଢ଼ାଇ ନେଲା। ସେହି ୩ଟି ଜିନିଷ ହେଉଛି ବିଶ୍ୱାସ ବିଶ୍ୱାସ ବିଶ୍ୱାସ। ଏହି ପର୍ବ ପ୍ରତି ଭାରତୀୟଙ୍କ ମାନସିକାତରେ ଗଭୀର ଭାବରେ ଜଡ଼ିତ ରହିଛି ।
କୁମ୍ଭ ମେଳାରେ ବୁଡ଼ ପକାଇ ବ୍ୟକ୍ତି ତାର ଚେତାନ ବଢେଇ ଥାଏ ବୋଲି ରବି ଶଙ୍କର କହିଛନ୍ତି । ତେବେ ମହାକୁମ୍ଭ ବେଳେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ରିପୋର୍ଟ ଦେଇଥିଲା ଯେ ଗଙ୍ଗା ନଦୀରେ ଫେକାଲ କୋଲିଫର୍ମ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି।
ତେବେ ଏହାକୁ ନେଇ ରବିଶଙ୍କର କହିଛନ୍ତି, ଗଙ୍ଗା ନଦୀ ଜଳରେ ସ୍ୱତଃ ଶୁଦ୍ଧିକରଣର କ୍ଷମତା ରହିଛି। ବୈଜ୍ଞାନିକ ଗବେଷଣା ଦର୍ଶାଇ ରବି ଶଙ୍କର କହିଛନ୍ତି ଯେ, ବୈଜ୍ଞାନିକମାନେ ଗବେଷଣା କରି ପାଇଛନ୍ତି ଯେ ଏହି ପାଣି ସବୁଠାରୁ ଉତ୍ତମ ଜଳସ୍ରୋତ। ଏଥିରେ ସ୍ୱତଃ ଶୁଦ୍ଧିକରଣର କ୍ଷମତା ରହିଛି।
ସୂଚନାଥାଉକି, ୪୫ ଦିନରେ ସ୍ନାନ କରିଛନ୍ତି ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁ। ଜାନୁଆରୀ ୧୩ରୁ ଦୀର୍ଘ ୪୫ ଦିନ ହେଲା ଚାଲିଥିଲା କୁମ୍ଭମେଳା।
Comments are closed.