ଭୁବନେଶ୍ବର: ଦ୍ବନ୍ଦ୍ବ ଦୂର କଲେ ଶ୍ରୀକାନ୍ତ ଜେନା । କହିଲେ କଂଗ୍ରେସରେ ଅଛି, ଆଉ ରହିବି । ସମାଜବାଦୀ ପାର୍ଟିରେ ମିଶିବା ନେଇ ଚର୍ଚ୍ଚା ଭୁଲ କଥା । ଅଖିଳେଶ ଯାଦବଙ୍କ ସହ ସାକ୍ଷାତ ଆଲୋଚନା ପରେ ସ୍ପଷ୍ଟ କଲେ ଶ୍ରୀକାନ୍ତ ।
ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ ଜୋରଦାର ହେବ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଅଖିଳେଶ ଭେଟିବେ ପ୍ରଶ୍ନରେ, ଉତ୍ତର ଦେଇ ଶ୍ରୀ ଜେନା କହିଛନ୍ତି ଯେ, କହିଲେ, ଅଖିଳେଶ ଯାଦବ ନିଶ୍ଚୟ ପିସିସି ସଭାପତିଙ୍କ ଭେଟିବେ ।
ସେହିପରି, ଜାତିଗତ ଜନଗଣନା ନେଇ ରାହୁଲ ଗାନ୍ଧୀ ଦାବି କରି ସାରିଛନ୍ତି । ଯେଉଁମାନେ ଚାହୁଁଛନ୍ତି ‘ଇଣ୍ଡିଆ’ ବ୍ଲକ୍ରେ ସାମିଲ ହୋଇପାରିବେ ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ।
ସୂଚନାଯୋଗ୍ୟ, ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଯୋର ଧରିଛି । ସେ କହିଥିଲେ ଯେ, ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିବି। ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ସଂଗଠିତ କରିବାକୁ ଆସିଛି ବୋଲି କହିଥିଲେ ଅଖିଳେଶ । ଏହା ସହ ସେ ଶ୍ରୀକାନ୍ତ ଜେନାଙ୍କୁ ବାସଭବନରେ ସାକ୍ଷାତ ମଧ୍ୟ କରିଥିଲେ । ଯାହାକୁ ନେଇ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଗତି କୁଆଡ଼େ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସମସ୍ତ ସସପେନ୍ସ ର ଅନ୍ତ ଘଟାଇଛନ୍ତି ଶ୍ରୀ ଜେନା ।
Comments are closed.