Latest Odisha News

BREAKING NEWS

ଆଜି ସନ୍ଧ୍ୟାରେ ଭକ୍ତଙ୍କ ପାଇଁ କାଳିଆ ଦର୍ଶନ ବନ୍ଦ

ପୁରୀ: ଆଜି ପଇତାଲାଗି ହେବେ କଳାଠାକୁର । ବୈଶାଖ କୃଷ୍ଣ ଦ୍ଵାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଲାଗି ହେବ ପଇତା।।ଶ୍ରୀଜୀଉମାନଙ୍କଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନକୁ ବାସୁଙ୍ଗାପାଟରେ ଲଗାଇ  ପ୍ରସ୍ତୁତ  ହୋଇଥିବା ଏହି ପଇତା ସୁରକ୍ଷା ଦେବ ।ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ନୀତି  । ତେଣୁ  ସନ୍ଧ୍ୟା ୬ଟାରୁ ଚାରି ଘଣ୍ଟା ଧରି ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।

ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ଗୁପ୍ତ ନୀତି ସମ୍ପାଦିତ ହେବାକୁ ଥିବା ବେଳେ, ଗୋଷ୍ଠୀଗତ ଭାବରେ ଏହି ନୀତିକୁ ଦଇତାପତି ସେବାୟତ ମାନେ ସମ୍ପାଦିତ କରିବେ । ନୀତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟ ନେଇ ପାଟରା ସେବକ ମାନେ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି  । ଏହି ପଇତାକୁ ଦେଉଳ-କରଣ  ଯୋଗାଇଥାନ୍ତି । ପରେ ସେହି ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତାକୁ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଥାଏ। ତେବେ ଆଗକୁ ସ୍ନାନଯାତ୍ରା ଥିବାବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ପଇତା ଲାଗିର ପରମ୍ପରା ରହି ଆସିଛି ।

 

Leave A Reply

Your email address will not be published.