Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗ, ଗିରଫ ହେଲେ ବରିଷ୍ଠ ସେବାୟତ

ପୁରୀ : ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗ। ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କ ନାଁରେ ଏପରି ସାଙ୍ଘାତିକ ଅଭିଯୋଗ ଆସିଛି। ଜଣେ ଦୃଷ୍ଟିହୀନ ସେବାୟତଙ୍କ ନାବାଳକ ପୁଅକୁ ବରିଷ୍ଠ ସେବାୟତ କିଛି ଦିନ ହେଲା ଯୌନ ନିର୍ଯାତନା ଦେଇଆସୁଥିଲେ । ଏନେଇ ଆଜି ସେବାୟତ ଜଣକ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ନାବାଳକଙ୍କୁ ଯୌନ ନିର୍ୟାତନା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ସିଂହଦ୍ୱାରା ଥାନାରେ ଅଭିଯୋଗ ହେବା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସେବାୟତ ଜଣକ ଦୃଷ୍ଟିହୀନ ଅଟନ୍ତି। ଏଣୁ ତାଙ୍କ ନାଁ ନାବାଳକ ପୁଅ ତାଙ୍କୁ ମନ୍ଦିରକୁ ନେବା ଆଣିବା କରେ । ଏହି ନାବାଳକ ପୁଅ ଜଣକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି କରନ୍ତି । ଏହା ସହ ବାପ ପୁଅ ମହାପ୍ରଭୁଙ୍କ ପାଇଁ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି । ଦୁଇ ମାସ ତଳେ ଏହି ନାବାଳକ ପୁଅକୁ ଲଷ୍ମୀ ମନ୍ଦିର ସେବାୟତ ହରଚଣ୍ଡି ସାହିର ଲଷ୍ମୀନାରାୟଣ ଖୁଣ୍ଟିଆ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ପ୍ରତିବାଦ କରିବାରୁ ଧମକ ମଧ୍ୟ ଦେଇଥିଲେ । ନାବାଳକଙ୍କୁ ହୋଟେଲ ଯିବାକୁ ସେବାୟତ ଜଣକ କହିଥିଲେ । ହୋଟେଲ ନଗେଲେ ମାଡ ମାରିବେ ବୋଲି ମଧ୍ୟ କହିଥିଲେ।

ଏମିତି ବାରମ୍ବାର ବରିଷ୍ଠ ସେବାୟତ ଜଣଙ୍କ ସେବାୟତଙ୍କ ନାବାଳକ ପୁଅକୁ ହଇରାଣ ହରକତ କରୁଥିବା କଥା ସାମ୍ନାକୁ ଆସିଛି। ମନ୍ଦିରରେ ପଶିଲେ ମାଡ ମାରିବି ବୋଲି କହିବା ସହ ଆଉ ମନ୍ଦିର ମାଟି ମାଡିବୁ ନାହିଁ ବୋଲି ଧମକାଉଥିଲେ।ଏନେଇ ନାବାଳକ ପୁଅ ଜଣଙ୍କ ତାଙ୍କ ବାପାଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ କରିଥିଲେ ନାବାଳକଙ୍କ ବାପା । ବାପ ଓ ପୁଅ ମନ୍ଦିରରେ ଶାରୀରୀକ ଓ ମାନସିକ ଯନ୍ତ୍ରଣା ପାଇ ଆସୁଛନ୍ତି।

ପୋଲିସ କୁ ତଦନ୍ତ କରିବା ପାଇଁ ଅନୁରୋଧ କରିବା ସହ ପୋଲିସ ଚାହିଁଲେ ପୁଅର ବୟାନ ରେକର୍ଡ କରିପାରିବ ବୋଲି କହିଛନ୍ତି। ସିଂହଦ୍ୱାର ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ କହିଛନ୍ତି ଯେ ଏ ସମ୍ପର୍କରେ ଅଭିଯୋଗ ହୋଇଛି ।ନାବାଳକଙ୍କୁ ଯୌନ ନିର୍ୟାତନା ଅଭିଯୋଗରେ ବରିଷ୍ଠ ସେବାୟତ ଗିରଫ ହୋଇଛନ୍ତି।

Leave A Reply

Your email address will not be published.