Latest Odisha News

ଶ୍ରୀମନ୍ଦିର ସେବାୟତଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୁତ୍ତ

ପୁରୀ: ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ନିଳାଚଳଧାମ ପୁରୀ । କିଛି ଦିନ ବ୍ୟବଧାନରେ ପୁଣି ସହରରେ ବୁଲିଲା ଭୁଜାଲି । ଆଜି ଶ୍ରୀମନ୍ଦିର ସେବାୟତ ତଥା ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।

କୌଣସି ଘଟଣାକୁ ନେଇ କିଛି ଦୁର୍ବୃତ୍ତ ଆଜି ଅପରାହ୍ନରେ ଶ୍ରୀମନ୍ଦିର ପଶ୍ଚିମଦ୍ଵାର ନିକଟରେ ବକ୍ସିଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ଚିକିତ୍ସା ଜାରି ରହିଛି ।

ତେବେ କେଉଁ କାରଣରୁ ଏପରି ଘଟଣା ଘଟିଲା ତାହା ଜଣାପଡିନଥିବାବେଳେ, ରାବିଡ଼ି ବିକ୍ରିକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ଶୁଣିବାକୁ ମିଳିଛି । ଖବରପାଇ ପୋଲିସ ତନାଘନା ଆରମ୍ଭ କରିଛି ।

Leave A Reply

Your email address will not be published.