ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୮.୮ ଡିଗ୍ରୀ ସେଲସିୟସ୍ ହୋଇଛି। ଯାହା ୧୯୯୧ ମସିହା ଜାନୁୟାରୀ ପର ଠାରୁ ଏକ ରେକର୍ଡ ସୃଷ୍ଟି କରିଛି।
ଶ୍ରୀନଗରର ଆଇଏମଡି କାର୍ଯ୍ୟାଳୟର ପାଣିପାଗ ବିଜ୍ଞାନୀ ମହମ୍ମଦ ହୁସେନ୍ ମିର କହିଛନ୍ତି ଯେ ଶ୍ରୀନଗରେ ଆଜି ମାଇନସ୍ ୮.୮ ଡିଗ୍ରୀ ସେଣ୍ଟିଗ୍ରେଡରେ ହୋଇଛି। ୧୯୯୧ ମସିହାରୁ ପରଠାରୁ ଏହା ସର୍ବନିମ୍ନ।
ଅତ୍ୟଧିକ ଥଣ୍ଡା ଯୋଗୁ ଏଠାର ବାସିନ୍ଦାଙ୍କ ଜୀବନକୁ ଅଧିକ କଷ୍ଟସାଧ୍ୟ କରିଦେଇଛି। ନିତ୍ୟ ବ୍ୟବହାର୍ଯ୍ୟ ବିଦ୍ୟୁତ୍ ଅଭାବ ବ୍ୟତୀତ ନିମ୍ନ ତାପମାତ୍ରା ଉଭୟ ଜଳ ଏବଂ ସଡ଼କ ପୃଷ୍ଠକୁ ବରଫାବୃତ୍ତ କରି ଯାତ୍ରାକୁ କଷ୍ଟକର କରିଦେଇଛି।
Comments are closed.