Latest Odisha News

BREAKING NEWS

ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍’‌ରେ ନଜର ଆସିବେ ଏହି ବିଦେଶୀ କଳାକାର

ନୂଆଦିଲ୍ଲୀ: ୨୦୨୧ ରେ ରିଲିଜକୁ ଅପେକ୍ଷା କରିଥିବା ଚଳଚ୍ଚିତ୍ର ମଧ୍ୟରେ ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ଫିଲ୍ମ ଆରଆରଆର ଅନ୍ୟତମ। ରାଜାମୌଲିଙ୍କ ବାହୁବଲୀ ସିରିଜ୍ ପରେ ଏବେ ଆସୁଛି RRR। ଏଥିରେ ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବେ। ତେବେ ଏହି ଚଳଚ୍ଚିତ୍ରର କିଛି ବିଦେଶୀ କଳାକାର ମଧ୍ୟ ଏକ ଅଂଶ ହୋଇପାରିଛନ୍ତି।

ଏହି ବିଦେଶୀ କଳାକାରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଲିଭିଆ ମୋରିସ୍, ଯିଏ ଏହି ଫିଲ୍ମରେ ଜେନିଫର୍ ଭୂମିକାରେ ଅଭିନୟ କରିଛନ୍ତି। ଶୁକ୍ରବାର, ଅଲିଭିଆଙ୍କ ଜନ୍ମଦିନ ଅବସରରେ ତାଙ୍କ ଚରିତ୍ରର ପରିଚୟ ଦିଆଯାଇ ଫିଲ୍ମର ଟୁଇଟର ହ୍ୟାଣ୍ଡେଲ ଦ୍ୱାରା ଅଭିନନ୍ଦନ ଜଣାଇଥିଲେ। ବ୍ରିଟିଶ ଅଭିନେତ୍ରୀ ଅଲିଭିଆ ମୁଖ୍ୟତ ୭ ଟ୍ରେଲ୍‌ ଇନ୍‌ ୭ ଡେଜ୍‌ ମିନି ସିରିଜରେ ପାଇଁ ଜଣାଶୁଣା।

Comments are closed.