Latest Odisha News

ଦୁର୍ବୃତ୍ତଙ୍କ ଦାଦାଗିରି: ଫାଷ୍ଟଫୁଡ୍ ଖାଇବା ପରେ ଟଙ୍କା ନ ଦେଇ ଛୁରାମାଡ଼

ବ୍ରହ୍ମପୁର: ବିଚ୍ ବଜାରରେ ଦୁର୍ବୃତ୍ତଙ୍କ ଦାଦାଗିରି । ଫାଷ୍ଟଫୁଡ୍ ଖାଇବା ପରେ ଟଙ୍କା ମାଗିବାରୁ କଲେ ଛୁରାମାଡ଼ । ବ୍ରହ୍ମପୁର ଟାଉନ୍ ଥାନା ଗାନ୍ଧୀନଗରରେ ୪ ଦୁର୍ବୃତ୍ତଙ୍କ ଛୁରାମାଡ଼ । ଛୁରାମାଡରେ ୨ ଆହତ । ୨ଜଣଙ୍କୁ ଧରିଲା ପୋଲିସ । ଖସିଗଲେ ଆଉ ୨ ।

ସୂଚନା ଅନୁସାରେ, ବ୍ରହ୍ମପୁର ଟାଉନ ଥାନା ଗାନ୍ଧୀନଗରରେ ଥିବା ଏକ ଦୋକାନରୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଫାଷ୍ଟଫୁଡ ଖାଇଥିଲେ । ଖାଦ୍ୟ ଖାଇସାରିବା ପରେ ଟଙ୍କା ନ ଦେଇ ଓଲଟା ଦୋକାନିକୁ ଦାଦା ବଟି ମାଗିଥିଲେ । ଦୋକାନି ଦାଦାବଟି ନ ଦେବାରୁ ସେମାନଙ୍କ ଭିତରେ କିଛି ସମୟ ଧରି ବଚସା ଚାଲିଥିଲା । ପ୍ରାୟ ଅଧଘଣ୍ଟା ଧରି ରାଜରାସ୍ତା ଉପରେ ଚାଲିଥିଲା ହାଇଡ୍ରାମା । ଶେଷରେ ଦୁର୍ବୃତ୍ତମାନେ ଛୁରାମାଡ କରିଥିଲେ । ଛୁରାମାଡରେ ୨ଜଣ ଆହତ ହୋଇଥିଲେ । ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ପୋଲିସକୁ ଦେଖି ୪ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯିବା ବେଳେ ଗୋଡ଼ାଇ ଗୋଡ଼ାଇ ୨ ଜଣଙ୍କୁ ଧରିଥିଲା ପୋଲିସ । ତେବେ ବାକି ୨ ଜଣ ପୋଲିସ ହାତରୁ ଖସି ଯାଇଥିଲେ । ସେମାନଙ୍କୁ ଧରିବାକୁ ପୋଲିସ ପ୍ରୟାସ ଜାରି ରଖିବା ସହ ଉକ୍ତ ଘଟଣାର ତଦନ୍ତ କରୁଛି । ସେପଟେ ୨ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments are closed.