ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କ୍ୟାମ୍ପସରରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଭିନ୍ନ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ଶୁକ୍ରବାର ଖଦି ପୋଷାକ ଏବଂ ଶନିବାର ବିଦ୍ୟୁତ୍ ଚାଳିତ ଗାଡ଼ି ଧରି କ୍ୟାମ୍ପସକୁ ଆସିବେ। କ୍ୟାମ୍ପସକୁ ପ୍ରଦୂଷଣମୁକ୍ତ କରିବା ସହ ସମସ୍ତ କର୍ମଚାରୀ ଖଦି ପୋଷାକ ବ୍ୟବହାର ନିମନ୍ତେ ବୁଧବାର କୁଳସଚିବଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କୁଳପତି ପ୍ରଫେସର ଗିତାଞଳି ଦାଶଙ୍କ ନିର୍ଦ୍ଦେଶ କ୍ରମେ କୁଳସଚିବ ସଚିଦାନନ୍ଦ ନାୟକଙ୍କ ପକ୍ଷରୁ ଜାରି ଏହି ନିର୍ଦେଶନାମା ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବୋଲି କୁହାଯାଇଛି। ଆସନ୍ତା ୧୦ ତାରିଖ ଶୁକ୍ରବାର ଠାରୁ ପୁରୁଷ ମାନେ ଖଦିରେ ପ୍ରସ୍ତୁତି ପୋଷାକ ଓ ମହିଳାମାନେ ଶାଢ଼ୀ ପରିଧାନ କରି ବିଶ୍ବବିଦ୍ୟାଳୟ ଆସିବେ। ସେହିଭଳି ଶନିବାର ଅର୍ଥାତ୍ ୧୧ ତାରିଖ ଠାରୁ ପ୍ରଦୂଷଣ ମୁକ୍ତ କ୍ୟାମ୍ପସ ଗଠନ ପାଇଁ କର୍ମଚାରୀମାନେ କ୍ୟାମ୍ପସ ପରିସରରେ ବିଦ୍ୟୁତ୍ ଚାଳିତ ଗାଡି ବ୍ୟବହାର କରିବେ। ଯେଉଁ କର୍ମଚାରୀମାନେ ପେଟ୍ରୋଲ୍/ଡିଜେଲ୍ ଚାଳିତ ଗାଡ଼ି ଆଣିବେ, ସେମାନେ ଗାଡ଼ିକୁ କ୍ୟାମ୍ପସ୍ ବାହାରେ ରଖିବେ। ଏହି ନିର୍ଦ୍ଦେଶନାମା ଜାରି ପରେ ଅଣଶିକ୍ଷକ ଓ ଶିକ୍ଷକ ମହଲରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି ହୋଇଛି। କେତେକ ଏହାକୁ ସ୍ବାଗତ କରୁଛନ୍ତି। ଅନ୍ୟ କେତେକଙ୍କ ମତ ଅନୁଯାୟୀ, ନିୟମ ଲାଗୁ ପୂର୍ବରୁ ମତାମତ ସଂଗ୍ରହ କରିବା ଉଚିତ୍ ଥିଲା।
BREAKING NEWS
- ଆର୍ଟେମିସ୍-୨ ଚନ୍ଦ୍ର ମିଶନ୍ ଲଞ୍ଚ କଲା ନାସା
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
Comments are closed.