Latest Odisha News

ଖୋଲିବ ରତ୍ନଭଣ୍ଡାର, ଜାଣନ୍ତୁ କିଏ କିଏ ଯିବେ ଭିତରକୁ….

ପୁରୀ: ରତ୍ନଭଣ୍ଡାର ଖୋଲିବା ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଧୀରେ ଧୀରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ବିଭିନ୍ନ ଉଦ୍ଧାରକାରୀ ଟିମ୍ । ଏହା ଭିତରେ ରତ୍ନଭଣ୍ଡାର ତଦନ୍ତ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କେଉଁମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ, ରତ୍ନ ଭଣ୍ଡାର ଯାଞ୍ଚ ବେଳେ କିଏ କିଏ ଉପସ୍ଥିତ ରହିବେ ସେନେଇ ନିଷ୍ପତ୍ତି ଚାଲିଛି । ଏହାରି ଭିତରେ ରତ୍ନଭଣ୍ଡାରକୁ ତଦନ୍ତ କମିଟି ସଦସ୍ୟଙ୍କ୍ ଭିତରୁ କିଏ କିଏ ଯାଞ୍ଚ ବେଳେ ଉପସ୍ଥିତ ରହିବେ ତାହା ଧାର୍ଯ୍ୟ ହୋଇସାରିଛି । ଯାଞ୍ଚ ବେଳେ କମିଟିର ଦୁଇ ଜଣ ସଦସ୍ୟ, ଜଷ୍ଟିସ ବିଶ୍ବନାଥ ରଥ ଓ ଡାକ୍ତର ସିବିକେ ମହାନ୍ତି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ସେହିପରି ଏହି ଯାଞ୍ଚ ବ୍ୟବସ୍ଥାରେ ଉଦ୍ଧାରକାରୀ ଟିମମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ ଓଡ୍ରାଫ ଟିମ୍, ସ୍ନେକ୍ ହେଲପଲାଇନ ମଧ୍ୟ ଉପସ୍ଥିତ ରହିବେ । ଏହା ଭିଭିନ୍ନ ବର୍ଗରୁ ମୋଟ ୧୧ ଜଣ ସଦସ୍ୟ ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରିବେ ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସବିଶେଷ ସୂଚନା ଦେଇ କହିଛନ୍ତି, ରତ୍ନଭଣ୍ଡାର ଯାଞ୍ଚବେଳେ ସବୁ ବର୍ଗର ମୋଟ ୧୧ ଜଣ ଉପସ୍ଥିତ ରହିବେ । ସେମାନଙ୍କ ମଧ୍ୟରେ ମୁଖ୍ୟ ପ୍ରଶାସକ ନିଜେ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ, ଏଏସଆଇ ଅଧ୍ୟକ୍ଷ, ରତ୍ନଭଣ୍ଡାର ସବ୍ କମିଟିର ଜଣେ, ହାଇଲେବୁଲ କମିଟିର ୨ ଜଣ ସଦସ୍ୟ, ସେବାୟତ କମିଟିର ୫ଜଣ, ପରିଚାଳନା କମିଟିର ଜଣେ, ଗଜପତି ମହାରାଜାଙ୍କ ଦୁଇ ଜଣ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢଉ କରଣ ଓ ଦେଉଳ କରଣ ପ୍ରମୁଖ ଉପସ୍ଥିତ ରହିବେ । ଏମାନଙ୍କ ତତ୍ବାବଧାନ ଓ ଭିଡିଓଗ୍ରାଫି ପ୍ରମାଣ ସହ ଯାଞ୍ଚ ଓ ଗଣତି ମଣତି କାର୍ଯ୍ୟକ୍ରମ କରାଯିବ ।

Comments are closed.