Latest Odisha News

BREAKING NEWS

ସମଗ୍ର ଆଫଗାନିସ୍ତାନରେ ବିଦ୍ରୋହ ଘୋଷଣା କଲା ନଦର୍ଣ୍ଣ ଆଲାୟନ୍ସ

କାବୁଲ: ନଦର୍ଣ୍ଣ ଆଲାୟନ୍ସ ସେନା ସୋମବାର ତାଲିବାନଙ୍କ ବିରୋଧରେ ସମଗ୍ର ଆଫଗାନିସ୍ତାନରେ ବିଦ୍ରୋହ ଘୋଷଣା କରିଛନ୍ତି । ଏଏଫପି ନ୍ୟୁଜ ଏଜେନ୍ସିରେ ପ୍ରକାଶିତ ଖବର ଅନୁସାରେ ପଂଜଶୀର ଦଖଲ କରିବା ଦିନକ ପରେ ନଦର୍ଣ୍ଣ ଆଲାୟନ୍ସ ମୁଖ୍ୟ ଅହମ୍ମଦ ମସୁଦଙ୍କ ଏହି ଘୋଷଣା ପରେ ଏବେ ଆଫଗାନିସ୍ତାନ ଗୃହ ଯୁଦ୍ଧ ଆଡକୁ ମୁହାଁଉଛି କହିଲେ ଭୁଲ ହେବନି ।

ପଂଜଶୀର ଗଭର୍ଣ୍ଣର ହାଉସରେ ତାଲିବାନୀମାନେ ପତାକା ଉଡାଇଥିଲେ । ଏହା ପରେ ଖବର ଆସିଥିଲା ମାସୁଦ ତାଜିକସ୍ତାନ ଖସି ପଳାଇଛନ୍ତି । ତେବେ ପଂଜଶୀର ସମର୍ଥକ ସେ ଘାଟିରେ ଥିବା ଘୋଷଣା କରିବା ପରେ ଫେସବୁକରେ ତାଙ୍କର ମେସେଜ ଆସିଥିଲା । ଇତି ମଧ୍ୟରେ ପାକିସ୍ତାନର ଏକ ଯୁଦ୍ଧ ବିମାନକୁ ପଂଜଶୀରର ବୀରମାନେ ଖସାଇ ଦେଇଥିବା ଖବର ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.