Latest Odisha News

BREAKING NEWS

ଓଡିଶା ସରକାର ଓ ପୋଲିସଙ୍କୁ ଧନ୍ୟବାଦ ଜଣାଇଲେ ଷ୍ଟାର ଫ୍ଲେୟାର ମନପ୍ରୀତ ସିଂ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ୨୬ଟି ପୁରୁଷ ଦଳ ଓ ୯ଟି ମହିଳା ଦଳ ଅଂଶଗ୍ରହଣ କରିଛନ୍ତି । ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ ।  ତେବେ ଭାରତୀୟ ହକି ଦଳର ଷ୍ଟାର ମିଡଫିଲ୍ଡର ମନପ୍ରୀତ ସିଂ ପଞ୍ଜାବ ପୋଲିସ ଦଳ ପକ୍ଷରୁ ଖେଳୁଛନ୍ତି ।

ମଙ୍ଗଳବାର ଦିନ ପଞ୍ଜାବ ଓ ମଧ୍ୟ ପ୍ରଦେଶ ମଧ୍ୟରେ ଷଷ୍ଠ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ପଞ୍ଜାବ ପୋଲିସ ଦଳ ୭ -୧ ଗୋଲରେ ମଧ୍ୟପ୍ରଦେଶ ପୋଲିସ ଦଳକୁ ପରାସ୍ତ କରି ବିଜୟ ହାସଲ କରିଛି ।

ତେବେ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଷ୍ଟାର ପ୍ଲେୟାର ମନପ୍ରୀତ ସିଂ କହିଛନ୍ତି ଯେ, ଏଠାରେ ମୋର ବହୁତ ଭଲ ଅନୁଭବ ରହିଛି । ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛି ଏତେ ସୁନ୍ଦର ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛନ୍ତି ଓ ଆମକୁ ବହୁତ ଭଲ ସୁବିଧା ପ୍ରଦାନ କରୁଛନ୍ତି । ଏଥିସହ ଯେଉଁ ପୋଲିସକର୍ମୀମାନେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ କାମ କରୁଛନ୍ତି ଓ ସହଯୋଗ କରୁଛନ୍ତି ସମସ୍ତଙ୍କୁ ଧନ୍ୟବାଦ । ଆପଣମାନଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ସଫଳ ହୋଇପାରୁଛି । ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

 

ସୂଚନାଥାଉକି, ଏହି ଚମ୍ପିଆନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଠାରେ ଏପ୍ରିଲ ୭ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ସିଆଇଏସଏଫ୍‌, ସିଆରପିଏଫ୍‌, ବିଏସଏଫ୍‌, ଆଇଟିବିପି ଓ ଏସଏସବି ଭଳି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଦଳଗୁଡ଼ିକ ଏହି ପ୍ରତିଯୋଗିତାର ମଧ୍ୟ ଅଂଶ ଗ୍ରହଣ କରିଛନ୍ତି ।

 

 

Comments are closed.