Latest Odisha News

ଆମରେକୀୟ ଉଦ୍ୟୋକ୍ତାଙ୍କ ଦ୍ୱାରା ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ପାଇଁ ଷ୍ଟାର୍ଟ୍‌ଅପ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ନିକଟରେ ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ‘ସେନ୍ସିକେୟାର୍‌’ ନାମକ ଏକ ଷ୍ଟାର୍ଟ୍‌ଅପ୍‌ର ଶୁଭାରମ୍ଭ ହୋଇଛି । ଆମେରିକାର ଜଣେ ସାମାଜିକ ଉଦ୍ୟୋକ୍ତା ପ୍ଲାବନ ମହାପାତ୍ରଙ୍କ ଦ୍ୱାରା ସ୍ଥାପିତ ଏହି ଷ୍ଟାର୍ଟ୍‌ଅପ୍ ବରିଷ୍ଠ ନାଗରିକଙ୍କୁ ସ୍ୱାଧୀନ ଭାବେ ସୁରକ୍ଷା ଓ ମର୍ଯ୍ୟାଦାର ସହ ଜୀବନଯାପନ କରିବା ପଇଁ ବିଭିନ୍ନ ସୁବିଧା ଯୋଗାଇଦେବା ପାଇଁ ଉଦ୍ଦିଷ୍ଟ ।

ଏହି ନୂତନ ଭାବେ ଆରମ୍ଭ ହୋଇଥିବା ଷ୍ଟାର୍ଟ୍‌ଅପ୍‌ର ଯୁବଗୋଷ୍ଠୀ ଏଥିରେ ଯୋଗ ଦେଇଥିବା ବରିଷ୍ଠ ନାଗରିକମାନଙ୍କ ନିକଟରେ ସଉଦାପତ୍ର, ନିରାମିଷ ଓ ଆମିଷ ଖାଦ୍ୟପଦାର୍ଥ, ଔଷଧ ଏବଂ ପାଥୋଲୋଜିକାଲ୍ ଟେଷ୍ଟ୍ ଆଦିର ସୁବିଧା ଯୋଗାଇଦେବା ପାଇଁ କାର୍ଯ୍ୟ କରିବେ ।

ଏତଦ୍‌ବ୍ୟତୀତ, ଟ୍ୟାକ୍ସି କିମ୍ବା ଆମ୍ବୁଲାନ୍ସ ବୁକ୍ କରିବା, ସୋସିଆଲ୍ ମିଡିଆର ବ୍ୟବହାର କିମ୍ବା ଭର୍ଚୁଆଲ୍ ମିଟିଂ ଆଦିରେ ଅଂଶଗ୍ରହଣ କରିବା, ଖାଦ୍ୟ ତଥା ଘରକରଣା ସାମଗ୍ରୀର ଅନ୍‌ଲାଇନ୍ କ୍ରୟ ଭଳି ଅନେକ କାର୍ଯ୍ୟରେ ସାହାଯ୍ୟ କରିବା ଆଦି ପ୍ରାରମ୍ଭିକ ପର୍ଯ୍ୟାୟରେ ସେନ୍ସିକେୟାର୍ ଦ୍ୱାରା ମାସିକ ମାତ୍ର ୪୯୯ ଟଙ୍କାରେ ପ୍ରଦାନ କରାଯିବ ।

ଭୁବନେଶ୍ୱରରେ ବାସ କରୁଥିବା ୬୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି କିମ୍ବା ବାହାରେ ରହୁଥିବା ବ୍ୟକ୍ତି ଯେଉଁମାନଙ୍କ ବୟସ୍କ ପିତାମାତା ଭୁବନେଶ୍ୱରରେ ବାସ କରୁଥିବେ, ସେମାନେ ଏହି ସେବାର ଲାଭ ନେଇପାରିବେ ।

Comments are closed.