Latest Odisha News

କଟକରୁ ୨୨ ଚୋରା ବାଇକ୍ ଜବତ

କଟକ: ଏକ ଚୋରା ବାଇକ୍ ଗ୍ୟାଙ୍ଗକୁ ମଙ୍ଗଳବାର ଦିନ ପୋଲିସ୍ ଧରିବା ସହ ୨୨ଟି ବାଇକ୍ ଜବତ କରିଛି ।

ସୂଚନା ଅନୁଯାୟୀ ଗତ ଅକ୍ଟୋବର ୧୪ ତାରିଖରେ ଭାରତିଆ ଟାୱାର ସମ୍ମୁଖରେ ବାଇକ୍ ଚୋରି ହୋଇଯାଇଥିବା ନେଇ ଜଗତପୁରର ସରୋଜ କୁମାର ବେହେରା ବାଦାମବାଡି ଥାନାରେ ଅଭିଯୋଗ କରିଥିଲେ ।

ଉକ୍ତ ଘଟଣାର ତଦନ୍ତ କରିବାକୁ ଯାଇ ଚୋରି ପଛରେ କେନ୍ଦ୍ରାପଡା ଜିଲ୍ଲାର ପାଟକୁରାର କୁଞ୍ଜବିହାରୀ ନାୟକ ଓ ଜଗତସିଂହପୁରର ସୌମେନ୍ଦ୍ର ଦାସର ହାତ ଥିବା ଜାଣିବାକୁ ପାଇଥିଲେ । ପରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ପଚରାଉଚରା ବେଳେ ପୋଲିସକୁ ଆହୁରି ଅନେକ ତଥ୍ୟ ମିଳିଥିଲା । ଯାହା ପରେ ଜଗତସିଂହପୁରର ସୂର୍ଯ୍ୟକାନ୍ତ ଖଟୁଆ, ଖୋର୍ଦ୍ଧାର ତାଜୁ ଖାନ୍ ଓ ନିରଞ୍ଜନ ବେହେରାକୁ ଗିରଫ କରାଯାଇଥିଲା ।

ଏହା ଛଡା ବାଦାମବାଡି ପୋଲିସ ସହରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୨୨ଟି ବାଇକ୍ ଜବତ କରିଛି ।

Leave A Reply

Your email address will not be published.