Latest Odisha News

BREAKING NEWS

ରାଜ୍ୟ ଦୌଡ଼କୁଦ: ଦୂତିଙ୍କୁ ମିଳିଲା ୧୦୦ ଓ ୨୦୦ ମିଟର ଦୌଡ଼ ସ୍ୱର୍ଣ୍ଣ ପଦକ !

କଟକ: ଭାରତର ଦ୍ରୁତତମ ମହିଳା ଦୂତୀ ଚାନ୍ଦ କଟକରେ ଚାଲିଥିବା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

କଟକର ବାରବାଟି ଷ୍ଟାଡ଼ିୟମରେ ଚାଲିଥିବା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ବିଭାଗରେ ଦୂତୀ ୧୦୦ ମିଟର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ପରେ ଅପରାହ୍ନରେ ଅନୁଷ୍ଠିତ ୨୦୦ ମିଟର ଫାଇନାଲରେ ଦୂତୀ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

Leave A Reply

Your email address will not be published.