Latest Odisha News

BREAKING NEWS

ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ସହ ନୂଆବର୍ଷ ପାଳନ କରିବ ବ୍ରହ୍ମପୁର !

ବ୍ରହ୍ମପୁର: ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ସହ ଚଳିତ ଥର ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଓଡ଼ିଶାର ରେଶମୀ ସହର ବ୍ରହ୍ମପୁର। ଗଞ୍ଜାମର କଳାପରିଷଦ ପରିସରରେ ୨ ଦିନ ଧରି ଏହି ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଚାଲିବ ବୋଲି ସୂଚନା ମିଳିଛି।

‘ଲକ୍ଷ୍ୟ ଆଉଟଫିଟ’ ଦ୍ୱାରା ଆୟୋଜିତ ଏହି ସମାରୋହରେ ଅନ୍ତର୍ଜାତୀୟ ତଥା ଓସ୍କାର ପୁରସ୍କାର ପ୍ରାପ୍ତ ସିନେମା ପ୍ରଦର୍ଶନ କରାଯିବ ।

ଲକ୍ଷ୍ୟର ସଭାପତି ମନୋଜ ସାମଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ସମାରୋହରେ ଫିଚର ସିନେମା ସହ ସର୍ଟ ଓ ଡକ୍ୟୁମେଣ୍ଟାରୀ ସିନେମା ଗୁଡିକ ପ୍ରଦର୍ଶିତ କରାଯିବ ।

ଏହାଛଡା ଏହି ସମାରୋହ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଯୁବପୀଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚଳଚ୍ଚିତ୍ର ନିର୍ମାଣର ମୂଲ୍ୟବୋଧ ସମ୍ପର୍କରେ ଅବଗତ କରାଇବ । ଏବଂ ବ୍ରହ୍ମପୁରରେ ଏକ ଚଳଚ୍ଚିତ୍ର କର୍ମଶାଳା ଓ ଷ୍ଟୁଡିଓ ପାଇଁ ମଧ୍ୟ ମଞ୍ଚ ପ୍ରସ୍ତୁତ କରାଯିବ।

ଅନ୍ତରାଷ୍ଟ୍ରୀୟ ଫିଲ୍ମ ଛଡା, ସତିଶ ପାତ୍ରଙ୍କ ‘ ଉଦୟପୁର, ‘ତୀର୍ଥକ୍ଷେତ୍ର’, ତ୍ରିପାଠୀ ନାୟକଙ୍କର ‘ଅଚୁଙ୍ଗ’ , ଗୋଲକ ତ୍ରିପାଠୀଙ୍କର ‘ ବାବୁ ବାଥରୁମରେ ଅଛନ୍ତି’, କୁମୁଦ ପ୍ରସାଦ ଆଚାର୍ଯ୍ୟଙ୍କ ‘ ସମ୍ପର୍କ’ ଓ ଅମୂଲ୍ୟ ରଞ୍ଜନ ସାହୁଙ୍କ ‘ ଇଣ୍ଟରଭିୟୁ’ ଆଦି ମଧ୍ୟ ଏହି ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ।

Leave A Reply

Your email address will not be published.