Latest Odisha News

BREAKING NEWS

ଚନ୍ଦ୍ର ନଥିଲେ କ’ଣ ହୁଅନ୍ତା ପୃଥିବୀର ଅବସ୍ଥା, ଜାଣନ୍ତୁ…

ଭୁବନେଶ୍ୱର: ବିଭିନ୍ନ ଗ୍ରହ ତଥା ଉପଗ୍ରହ ମାନଙ୍କୁ ନେଇ ଗଠିତ ଆମ ସୌରଜଗତ । ଏଥିରେ ଲକ୍ଷାଧିକ ନକ୍ଷତ୍ର, ୯ ଟି ଗ୍ରହ ଓ ଉପଗ୍ରହ ଚନ୍ଦ୍ର ଅବସ୍ଥାପନ କରନ୍ତିବ। ତେବେ କଣ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି ଯେ, ସୌରଜଗତରେ ଚନ୍ଦ୍ର ଅନୁପସ୍ଥିତ ରହିଥିଲେ ଆମର କଣ ଅସୁବିଧା ହୋଇଥାଆନ୍ତା?

ତବେ ଏଭଳି କୌତୁହଳିଆ ପ୍ରଶ୍ନର ଆମେ ଆଜି ରଖିବୁ ଏକ ବୈଜ୍ଞାନିକ କାରଣ ।

ସୌରଜଗତରେ ୯ଟି ଗ୍ରହ ରହିଛି । ସେଥିମଧ୍ୟରୁ ଆମେ ବାସ କରୁଥିବା ଗ୍ରହର ନାମ ହେଉଛି ପୃଥିବୀ । ତେବେ ଚନ୍ଦ୍ର ହେଉଛି ପୃଥିବୀର । ପ୍ରତ୍ୟେକ ଦିନ ସୂର୍ଯ୍ୟାସ୍ତ ପରେ ଆମେ ଆକାଶରେ ଜହ୍ନ ଦେଖିଥାଉ ।

ବୈଜ୍ଞାନିକ ତଥ୍ୟ ଅନୁଯାୟୀ, ଚନ୍ଦ୍ର ହେଉଛି ଏକମାତ୍ର ପ୍ରାକୃତିକ ଉପଗ୍ରହ । ଏହାର ଜନ୍ମ ୪୫ ଆରବ ବର୍ଷ ପୂର୍ବରୁ ହୋଇଛି । ଏହା ଆମ ସୌର ମଣ୍ଡଳର ପଞ୍ଚମ ବଡ ଉପଗ୍ରହ । ପୃଥିବି ପାଖରୁ ଚନ୍ଦ୍ରର ଦୂରତା ହେଉଛି ୩,୮୪,୪୦୩ କି:ମି: । ଚନ୍ଦ୍ରର ବ୍ୟାସ ପୃଥିବୀର ୧/୪ ଅଂଶ । ଚନ୍ଦ୍ରପୃଷ୍ଠରେ ମାଧ୍ୟାକର୍ଷଣ ଶକ୍ତି ପୃଥିବୀ ତୁଳନାରେ ୧/୬ ଅଂଶ ଅଟେ ।

ଏହା ପୃଥିବୀ ଚାରିପଟେ ଥରେ ବୁଲିଆସିବାକୁ ୨୮ ଦିନ ନିଏ ।

ତେବେ କଣ ଆପଣ ଜାଣନ୍ତୁ ଏହି ଚନ୍ଦ୍ରର ଉପସ୍ଥିତି ଆମପାଇଁ କେତେ ଜରୁରୀ…

ଜୀବଜଗତ ନଷ୍ଟ ହୋଇଯିବ:

ଯଦି ଚନ୍ଦ୍ର ନ ରହିବ, ତେବେ ମହାକର୍ଷଣ ବଳ ମଧ୍ୟ ରହିବ ନାହିଁ ଯେଉଁ କାରଣରୁ ପୃଥିବୀର ଘୁରିବା ଗତି ମଧ୍ୟ ବହୁତ ଅଧିକ ହୋଇଯିବ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି ।

ପୃଥିବୀ ନିଜ ଚାରିପଟେ ଥରେ ବୁଲିଆସିବାକୁ ୨୪ ଘଣ୍ଟା ଲାଗୁଥିଲା, ଚନ୍ଦ୍ର ନଥିଲେ ୮-୯ ଘଣ୍ଟା ଲାଗିବ । ଏତେ ଗତିରେ ପୃଥିବୀ ବୁଲିଲେ, ପୃଥିବୀ ସୂର୍ଯ୍ୟର କିରଣକୁ ଧରି ରଖିପାରିବ ନାହିଁ । ଫଳରେ ପୃଥିବୀର ତାପମାତ୍ରା ୦ ଡିଗ୍ରୀ କୁ ଚାଲିଯିବ । ପୃଥିବୀର ଜଳ ସବୁ ବରଫରେ ପରିଣତ ହୋଇଯିବ ଏବଂ ଜୀବ ଜଗତ ନଷ୍ଟ ହୋଇଯିବ ।

ସୁନାମୀ:

ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ପୃଥିବୀ ଉପରେ ପଡିଥାଏ । ଏହାଦ୍ୱାରା ଟାଣିବା ଶକ୍ତି ଉତ୍ପନ୍ନ ହୋଇଥାଏ । ବୈଜ୍ଞାନିକଙ୍କ ମତରେ ଏହାର ପ୍ରଭାବ ସିଧାସଳଖ ଜଳ ଭାଗରେ ପଡିବ । ଏହାଦ୍ୱାରା ଜୁଆର ଓ ଭଟ୍ଟା ସୃଷ୍ଟି ହୁଏ । କିନ୍ତୁ ଚନ୍ଦ୍ରର ମାଧ୍ୟାକର୍ଷଣର ପ୍ରଭାବ ପୃଥିବୀ ଉପରେ ବହୁତ ପଡିଥାଏ ।

ଯଦି ଚନ୍ଦ୍ର ନଥାନ୍ତା, ତେବେ ସମୁଦ୍ରର ଅଥଳ ଜଳ ଯୋରରେ ହଲଚଲ୍ ହୋଇ, ଭୟଙ୍କର ସୁନାମୀରେ ପରିଣତ ହୁଅନ୍ତା ।

ପୃଥିବୀ ନିଜ ଅକ୍ଷ ସହିତ ୨୩.୫ ଡିଗ୍ରୀ ଢଳି ରହିଛି । ବୈଜ୍ଞାନିକଙ୍କ ମାତରେ ଏହା ଚନ୍ଦ୍ର ପାଇଁ ଢଳି ରହିଛି । ପୃଥିବୀ ୨୩.୫ ଡିଗ୍ରୀ ଢଳି ରହିଥିବାରୁ ପୃଥିବୀରେ ଋତୁ ପରିବର୍ତନ ହେଉଛି । ଯଦି ଚନ୍ଦ୍ର ନଥାନ୍ତା ତେବେ, ଅନ୍ୟଗ୍ରହ ଓ ସୌର ମଣ୍ଡଳରେ ଥିବା ଗ୍ରହ ଗୁଡିକର ମାଧ୍ୟାକର୍ଷଣର ପ୍ରଭାବ ପୃଥିବୀ ଉପରେ ପଡନ୍ତା ଆଉ ପୃଥିବୀ ୨୩.୫ ଡିଗ୍ରୀ ଢଳି ନଥାନ୍ତା, କିମ୍ବା ଋତୁ ପରିବର୍ତନ ହେଉ ନ ଥାନ୍ତା ।

ଏହାଦ୍ୱାରା ଜଳବାୟୁରେ ବହୁତ ଜଲଦି ପରିବର୍ତନ ମଧ୍ୟ ହୁଅନ୍ତା । ଉଦାହରଣ ସ୍ୱରୂପ ସକାଳ ସମୟରେ ପୃଥିବୀର ତାପମାତ୍ରା ୮ ଡିଗ୍ରୀ ହୁଅନ୍ତା, ଆଉ ଦ୍ୱିପ୍ରହରକୁ ୮୦ ଡିଗ୍ରୀ ହୋଇଯାନ୍ତା, ଠିକ୍ ମଙ୍ଗଳ ଗ୍ରହ ପରି ।

Leave A Reply

Your email address will not be published.