Latest Odisha News

BREAKING NEWS

ବନ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟ ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଡିଭିଜନର ବନ ଅଧିକାରୀଙ୍କ ଛୁଟି ବାତିଲ । ଜଙ୍ଗଲ ନିଆଁ ସ୍ଥିତିକୁ ଦୃଷ୍ଟିରେ ରଖି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅତି ଜରୁରୀ ଥିଲେ ଛୁଟି ପାଇଁ ଉଚ୍ଚ ଅଧିକାରୀଙ୍କ ଆଗୁଆ ଅନୁମତି ନେବେ ବୋଲି କୁହାଯାଇଛି । ଏ ନିର୍ଦ୍ଦେଶକୁ ନ ମାନିଲେ କଠୋର କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଆଜି ଶିମିଳିପାଳରେ କିଛି ସ୍ଥାନରେ କୁଆପଥର ବର୍ଷା ହୋଇଛି । ଯାହା କିଛିଟା ଆଶ୍ୱସ୍ତି ଦେଇଛି ।

Leave A Reply

Your email address will not be published.