Latest Odisha News

BREAKING NEWS

ରାଜ୍ୟ ବଜେଟ୍‌ ୨୦୨୫-୨୬: ହୀରାକୁଦ ଡ୍ୟାମ୍‌ ନବୀକରଣ ପାଇଁ ୮୫୦ କୋଟି

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସୋମବାର ବିଧାନସଭାରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ ବଜେଟରେ ୨ ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି ।

ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ବ୍ୟୟ ଅଟକଳ କରାଯାଇଛି । ହୀରାକୁଦ ଡ୍ୟାମ୍‌ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ବରାଦ ହୋଇଛି । ସେହିପରି ରାଜ୍ୟ ସରକାର ଅନ୍ୟାନ୍ୟ ଡ୍ୟାମ୍ ଉନ୍ନତି ପାଇଁ ଖର୍ଚ୍ଚ ହେବ ୫୭ କୋଟି । ଜଳ ସମସ୍ୟା ନେଇ ନଳକୂପଗୁଡ଼ିକ ପାଇଁ ବଜେଟ୍‌ରେ ୧୧୫୦ କୋଟି ବ୍ୟୟ ଅଟକଳ ହୋଇଛି ।

ରାଜ୍ୟ ସରକାର ଜଳସେଚନ ପାଇଁ ଯୋଜନା କରିଛନ୍ତି । ବଜେଟ୍‌ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା, ମହାନଦୀ ନଦୀକୂଳ ବିକାଶ, ହୀରାକୁଦରୁ ବାହାରିଥିବା କେନାଲରେ ଉନ୍ନତୀକରଣ, ରାଜ୍ୟର ପୁରୁଣା ଡ୍ୟାମ୍‌ର ପୁନରୁଦ୍ଧାର, ଅଚଳ ଉଠାଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର, ପାର୍ବତୀଗିରି ବୃହତ୍‌ ଉଠାଜଳସେଚନ ଯୋଜନାରେ ନୂଆ ପ୍ରକଳ୍ପ, ଆଦିବାସୀ ଅଞ୍ଚ‌ଳରେ ଜଳସେଚନକୁ ଗୁରୁତ୍ବ, ନାଳ, ଝରଣା, ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯିବ ।

Comments are closed.