Latest Odisha News

BREAKING NEWS

କ୍ୟାବିନେଟ ବୈଠକରେ ୨୦ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: କରୋନା ସମୟରେ ରାଜ୍ୟ କ୍ୟାବିନେଟ ବୈଠକରେ ୨୦ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ୨୦୦୭-୨୦୧୭ ଶିଳ୍ପନୀତିରେ ସଂଶୋଧନ ହୋଇଛି । ଆଇପିଆର୍ ଇନସେଟିଭ୍ ଆମେଣ୍ଡମେଣ୍ଟକୁ ସଂଶୋଧନ କରି ଏଥର ଶିଳ୍ପସଂସ୍ଥାକୁ ସରକାର ଦେଇ ପାରିବେ ଭାଟ୍ । ଏଥିରେ ୩୦୦ ଶିଳ୍ପସଂସ୍ଥା ଲାଭ ପାଇପାରିବେ । ସେହିଭଳି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ ।

କାରଖାନରେ ଓଭରଟାଇମ୍ ଡ୍ୟୁଟିକୁ ବୃଦ୍ଧିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ୩ ମାସରେ ୭୫ ଘଣ୍ଟା ବଦଳରେ ୧୧୫ ଘଣ୍ଟାକୁ ଓଭର ଟାଇମ୍ ବୃଦ୍ଧି କରାଯାଇଛି । ଶ୍ରମିକମାନେ ୨୪୦ ଦିନ ପରିବର୍ତ୍ତେ ୧୮୦ ଦିନରେ ନେଇପାରିବେ ଛୁଟି । ପଶ୍ଚିମଓଡ଼ିଶା ଜଳ ସଙ୍କଟ ଦୂର ପାଇଁ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପର ବ୍ୟୟବରାଦକୁ ମିଳିଲା ମଞ୍ଜୁରୀ ।

ମୋଟ୍ ୧୧ଶହ ୩୮.୬୩ କୋଟି ଟଙ୍କା ଖର୍ଚ୍ଚ ହେବ । ୧୨୪ ଗ୍ରାମ ୨୫ ହଜାର ୬୦୦ ହେକ୍ଟର ଜମି ହେବ ଜଳସେଚିତ । ପ୍ରକଳ୍ପ ଯୋଗୁଁ ୨୧୧ଟି ଗ୍ରାମର ଲୋକେ ଉପକୃତ ହେବେ । ଏହାସହ ୩ବର୍ଷ ଭିତରେ ପ୍ରତିଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.