Latest Odisha News

BREAKING NEWS

ଆଜି ରାଜ୍ୟ କ୍ୟାବିନେଟ୍ ଦ୍ୱାରା ୧୨ଟି ପ୍ରସ୍ତାବ ମଞ୍ଜୁର ସମ୍ଭାବନା

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ପ୍ରାୟ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବାର ସମ୍ଭାବନା ରହିଛି ।

ଏହି ବୈଠକଟି ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୫ଟା ୩୦ମି.ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

ମିଳିଥିବା ସୂଚନାନୁଯାୟୀ ରାଜ୍ୟ କ୍ୟାବିନେଟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୫ରୁ ୬ଟି ପ୍ରସ୍ତାବ ଏବଂ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର କିଛି ପ୍ରସ୍ତାବ ଉପରେ ଆଲୋଚନା କରାଯିବ ।

ଏହାବ୍ୟତୀତ ରାଜ୍ୟ ସଚିବାଳୟ ସେବାରେ ଥିବା କ୍ୟାଡର ରୁଲରେ ପରିବର୍ତ୍ତନ ନେଇ ଏକ ପ୍ରସ୍ତାବ ଗୃହୀତ ହେବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.