Latest Odisha News

ଶ୍ରମିକ ସଂଗଠନମାନଙ୍କ ଦ୍ୱାରା ଦିଆଯାଇଥୁବା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ: ଭକ୍ତ ଦାସ

ଭୁବନେଶ୍ୱର: ଆସନ୍ତା ୯ ତାରିଖ ଭାରତ ବର୍ଷର ପ୍ରମୁଖ ଶ୍ରମିକ ସଂଗଠନ ମାନଙ୍କର ୧୭ ଦଫା ଦାବିକୁ ନେଇ ଦିଆଯାଇଥିବା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଉଛି। ଏହି ଦାବି ଯଥାର୍ଥରେ ଦେଶର ଗରିବ ଖଟିଖିଆ ଶ୍ରମିକଙ୍କ ଠାରୁ ଆରମ୍ଭ କରି କୃଷକ ଓ ଖାଉଟିମାନଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ।

ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଆଜି ଏକ ପ୍ରେସ ବିବୃତିରେ ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଇବା ସହିତ ଜିଲ୍ଲା କଂଗ୍ରେସ, ବ୍ଲକ, ମ୍ୟୁନିସପାଲଟି, ଏନ୍ଏ.ସି. ତଥା ପଂଚାୟତରେ କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ଏହି ବନ୍ଦ ଡାକରାକୁ ସଫଳ କରିବା ସ‌ହିତ ନିଜ ନିଜ ଅଂଚଳରେ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବା ପାଇଁ ମଧ୍ଯ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.