Latest Odisha News

BREAKING NEWS

ବ୍ୟାଙ୍କ୍‌ ଉପରୁ କଟକଣା ହଟାଇଲେ ସରକାର

ଭୁବନେଶ୍ବର:ଆଇସିଆଇସିଆଇ ,ଏଚଡିଏଫସି,ଆକ୍ସିସ୍‌ ବ୍ୟାଙ୍କ୍‌ ଉପରୁ କଟକଣା ହଟାଇଲେ ସରକାର । ରାଜ୍ୟ ସରକାର ଶନିବାର କଟକଣା ହଟାଇଛନ୍ତି । ସୂଚନାମୁତାବକ, ୩ ବ୍ୟାଙ୍କ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ HDFC, ICICI, ଆକ୍ସିସ ବ୍ୟାଙ୍କ ଉପରେ ଲାଗିଥିବା କଟକଣାକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି।

ଏନେଇ ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଲେ ଅର୍ଥ ସଚିବ । ରାଜ୍ୟ ସରକାରଙ୍କ ବ୍ୟାଙ୍କ ସମ୍ପର୍କିତ ସବୁ କାମରେ ପୂର୍ବପରି ରହିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ବିଜ୍ଞପ୍ତି ଅନୁଯାଇ, ତିନୋଟି ଘରୋଇ ବ୍ୟାଙ୍କ-ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଏବେ ରାଜ୍ୟ ସରକାରୀ ସଂସ୍ଥା, ବିଭାଗ, ନିର୍ଦ୍ଦେଶାଳୟ, ପିଏସୟୁ, ସମାଜ ଓ ବିଶ୍ୱବିଦ୍ୟାଲୟମାନଙ୍କର ବ୍ୟବସାୟ ଏବଂ ଜମା ରାଶି ପରିଚାଳନା ପାଇଁ ପ୍ୟାନେଲଭୁକ୍ତ ବ୍ୟାଙ୍କ ଭାବେ ଜାରି ରହିବେ।

ଗତ ଜୁନ ୨୧ ତାରିଖରେ ଅର୍ଥ ବିଭାଗ ଘରୋଇ HDFC ବ୍ୟାଙ୍କ୍, ICICI ବ୍ୟାଙ୍କ ଏବଂ AXIS ବ୍ୟାଙ୍କକୁ ରାଜ୍ୟ ସରକାର ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ରହିଥିବା ପ୍ୟାନେଲରୁ ବାଦ ଦେଇଥିଲେ ।

Comments are closed.