ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ।ଏହି ବୈଠକରେ ବିଜେପି ବିଜେଡି ଓ କଂଗ୍ରେସ ସର୍ବଦଳ ଯୋଗଦେଇଥିଲେ । ଏହି ବୈଠକରେ ଭୋଟର ତାଲିକା ସଂଶୋଧନ ଓ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ।ବୈଠକରେ ବିଜେଡି ପକ୍ଷରୁ ସୁଲତା ଦେଓ ବିଜେପି ମିଡିଆ ସଂଯୋଜକ ଦିଲ୍ଲୀପ ମଲ୍ଲିକ ଏବଂ କଂଗ୍ରେସ ନେତା ଶିବାନନ୍ଦ ରାୟ ପ୍ରମୁଖ ଯୋଗଦେଇଥିଲେ ।
ସର୍ବ ଦଳୀୟ ବୈଠକ ପରେ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଭୋଟର ତାଲିକା ସଂଶୋଧନ ଓ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛୁ । ରାଜନୈତିକ ଦଳ ମାନଙ୍କୁ ମେୟର ସିଧାସଳଖ ନିର୍ବାଚିତ ହେବେ ବୋଲି କହିଛୁ । ଆଗାମୀ ଦିନରେ କର୍ପୋରେଟର ମାନଙ୍କ ଭୋଟ ଗ୍ରହଣ ଇଭିଏମ ମାଧ୍ୟମରେ ହେବ । ପ୍ରତିଟି ବୁଥକୁ ଦୁଇଟି ଲେଖାଏଁ ଇଭିଏମ୍ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ ବାଧ୍ୟତାମୂଳକ ନଚେତ୍ ପ୍ରାର୍ଥୀପତ୍ର ନାକଚ ହେଇଯାଇ ପାରେ ବୋଲି ନିର୍ବାଚନ କମିଶନ କହିଛନ୍ତି।
Comments are closed.