Latest Odisha News

BREAKING NEWS

ସାଇକେଲରେ ବୁଲିବୁଲି ପ୍ରଚାର କରୁଛନ୍ତି ସରପଞ୍ଚ ପ୍ରାର୍ଥୀ

ପୁରୀ : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି । ରାଜନୈତିକ ଉଷ୍ମତା ସେତିକି ବଢୁଛି । ନିଆରା ଢଙ୍ଗରେ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି ପ୍ରାର୍ଥୀମାନେ । ସତ୍ୟବାଦୀ ବ୍ଲକ ପେଣ୍ଠପଡା ପଞ୍ଚ।ୟତରେ ଉଚ୍ଚ ଶିକ୍ଷିତ ଯୁବ ସରପଞ୍ଚ ପ୍ରାର୍ଥୀ ଚିନ୍ମୟ ରାଉତ ସାଇକେଲରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସାଇକେଲ ଚଲାଇ ଗାଁ ଗାଁ ବୁଲି ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଆକୃଷ୍ଟ କରୁଛନ୍ତି ଚିନ୍ମୟ । ଯାହାକୁ ନେଇ ସତ୍ୟାବାଦୀରେ ତାଙ୍କ ଚର୍ଚ୍ଚା ବଢିବାରେ ଲାଗିଛି ।

BjdElectrycity

ସେ ବସ୍ତି ହେଉ ଅବା ଗାଁ ସବୁ ଅଞ୍ଚଳକୁ ସାଇକେଲ ନେଇ ଯାଇଁ ଭୋଟ ଭିକ୍ଷା କରୁଛନ୍ତି ଯୁବ ସରପଞ୍ଚ ପ୍ରାର୍ଥୀ ଚିନ୍ମୟ ରାଉତ । ସେ ଜନସେବା ପାଇଁ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି । ସେଥିପାଇଁ ଗାଁ ଗହଳିରେ ସାଇକେଲ ଖଣ୍ଡିଏ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି ଚିନ୍ମୟ । ସେ ଦୀର୍ଘ ୧ ବର୍ଷ ପୂର୍ବରୁ ପଞ୍ଚାୟତରେ ଲାଇଟ ଲଗାଇବା ଲୋକ ମାନଙ୍କ ସମସ୍ୟା ବୁଝିବା ଅନେକ ଜନ ହିତକର କାମ ମଧ୍ୟ କରିଛନ୍ତି ।ହେଲେ ଚଳିତ ଥର କାହା ସପକ୍ଷରେ ମତଦାନ ଯିବା ତାହା ନିର୍ବାଚନୀ ଫଳାଫଳ ହିଁ କହିବ ।

Comments are closed, but trackbacks and pingbacks are open.