Latest Odisha News

BREAKING NEWS

କୌଳିକବୃତ୍ତି ବଞ୍ଚାଇ ରଖିବାକୁ କୁମ୍ଭକାରଙ୍କ ସଂଘର୍ଷ ଜାରି

ସୃଷ୍ଟି ଆରମ୍ଭରୁ ମାଟି ଥିଲା, ଅଛି ଓ ସୃଷ୍ଟିର ବିନାଶ ପର୍ୟ୍ୟନ୍ତ ରହିବ । ମାଟି ମା’ ହିଁ ଆମକୁ ଦେଇଛି ସବୁକିଛି । ତେଣୁ ମାଟି ସହିତ ମାଟି ହୋଇ ଏହି ସାମଗ୍ରୀ ଯୋଗାଉଥିବା କୁମ୍ଭକାର ପରିବାର ଆଜି ଦୁର୍ଦ୍ଧଶାଗ୍ରସ୍ତ ଜୀବନ ଜିଇଁଛି । ତଥାପି କୌଳିକ ବୃତ୍ତି ବଂଚାଇବାକୁ କୁମ୍ଭକାର ତା’ର ସଂଘର୍ଷ ଜାରୀ ରଖିଛି । ଏହି ପରିସ୍ଥିତିରେ ଶତାଧିକ କୁମ୍ଭକାର ମହାମାରୀ କରୋନା ଯୋଗୁଁ ସରକାରଙ୍କ କଟକଣା ଓ ଲକ୍‌ଡାଉନ ଲୋକଙ୍କ ହାତରୁ ରୋଜଗାର ଛଡାଇ ନେଇଛି । ସୁବର୍ଣ୍ଣପୁର ଗ୍ରାମରେ ମାଟି ସାମଗ୍ରୀ ତିଆରି କରି ପେଟ ପୋଷୁଥିବା ଶତାଧିକ କୁମ୍ଭକାର ପରିବାର ଏବେ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ବର୍ତ୍ତମାନ ସେମାନଙ୍କ ପାଇଁ ଦୁଇବେଳା ଖାଇବା ଯୋଗାଡ କରିବା ମଧ୍ୟ କଷ୍ଟକର ହୋଇପଡିଛି । ରୋଜଗାର ଛଡେଇ ନେଇଛି ମହାମାରୀ କୋରନା ।

ସୁବର୍ଣ୍ଣପୁର ଜିଲ୍ଲାରେ ଦୟନୀୟ ସ୍ଥିତିରେ ଶତାଧିକ କୁମ୍ଭକାର ପରିବାର । ଜିଲ୍ଲାରେ ଛଅଟି ବ୍ଲକର ରହନ୍ତି ଶହ ଶହ କୁମ୍ଭକାର ପରିବାର ।ଗ୍ରାମାଞ୍ଚଳ ନୂହେଁ ସହରର କୁମ୍ବକାର ପରିବାର ଅବସ୍ଥା କହିଲେ ନ ସରେ । ସହର ମହକୁମା କୁମ୍ବାର ପଡାରେ ରହନ୍ତି ୫୦ କୁମ୍ଭାର ପରିବାର ରହୁଥିବାବେଳେ ସେଥିମଧ୍ୟରୁ ୪୦ ପରିବାର ମାଟି ସାମଗ୍ରୀ ତିଆରି କରନ୍ତି । ମାଟିରେ ତିଆରି ହାଣ୍ଡି,ପଲମ,ସୁରେଇ,ତେଲୁଣି ଆଦି ବିଭିନ୍ନ ପ୍ରକାର ସାମଗ୍ରୀକୁ ସ୍ଥାନୀୟ ଗ୍ରାମ ଓ ବଜାରରେ ବିକ୍ରି କରି ସେମାନେ ଜୀବିକା ନିର୍ବାହ କରିଥାନ୍ତି । ସେହିପରି ବିବାହ, ବ୍ରତ ଓ ଶୁଦ୍ଧ ଆଦି ସାମାଜିକ କାମରେ ମଧ୍ୟ ଏହି ଗାଁର ମାଟି ସାମଗ୍ରୀ ଉପରେ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି ।

ଜାନୁୟାରୀରୁ ଜୁନ୍ ୬ ମାସ ଯାଏଁ ମାଟିପାତ୍ରର ଭଲ ବ୍ୟବସାୟ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଏହି ଗାଁର କୁମ୍ଭକାରମାନେ ମାଟି ସାମଗ୍ରୀ ତିଆରି କରିଥିଲେ । ହେଲେ କରୋନା ମହାମାରୀ ସବୁ ବିଗାଡିଦେଲା ।

ଲକ୍‌ଡାଉନ କଟକଣା ଯୋଗୁ ବିବାହ, ବ୍ରତ ଓ ଅନ୍ୟାନ୍ୟ ଧାର୍ମିକ କାର୍ୟ୍ୟ ବନ୍ଦ କରି ଦିଆଯାଇଛି । ଫଳରେ ତିଆରି ସାମଗ୍ରୀ ସେମିତି ଘରେ ପଡି ରହିଛି ।ନିଜ ପରିଶ୍ରମ କଥା ଛାଡନ୍ତୁ ଟ୍ରାକ୍ଟରରେ ମାଟି ଆଣି ପାତ୍ର ଗଢିବା ଓ କାଠ କିଣି ତାକୁ ପୋଡିବାରେ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ଫେରସ୍ତ ମିଳିବା ସମ୍ଭାବନା ନାହିଁ ବୋଲି କୁମ୍ଭକାର କହିଛନ୍ତି ।

ତେଣୁ ସରକାର କୁମ୍ଭକାରମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି । ଏହି ପରିସ୍ଥିତିରେ କୁଟୁମ୍ବ ପୋଷିବା କାଠିକର ପାଠ ହୋଇପଡୁଛି । ଉହା ପୋଡିବାକୁ କାଠ ଜାଳର ଘୋର ଅଭାବ । ଦିନଯାକ ପରିଶ୍ରମ କରି ଯେତିକି ପାତ୍ର ଗଢା ଯାଉଛି ତାକୁ ବଜାରରେ ବିକ୍ରୀ କଲେ ଗୋଟିଏ ଦିନର ମଜୁରୀ ମିଳୁଥିଲା ସେତକ ମଧ୍ୟ ଏବେ ବନ୍ଦ ହୋଇଯାଇଛି ।

ପ୍ରଶାସନକୁ ସହାୟତା ପାଇଁ ଗୁହାରି କରିଥିଲେ ବି କେହି ତାଙ୍କୁ ସହାୟତାର ହାତ ବଢାଇଲେ ନାହିଁ ।ଆଧୁନିକତା ହିଁ କାୟା ବିସ୍ତାର କରି ଏଭଳି ପୁରାତନ ପରମ୍ପରା ଗୁଡ଼ିକୁ ଧ୍ବଂସ କରିଚାଲିଛି । ହେଲେ ଏ ସମାଜ ଏହାକୁ ଆଦରି ଚାଲିଛି,ଏହି ପରିସ୍ଥିତିରେ ସରକାର ଏମାନଙ୍କ ବୃତ୍ତିକୁ ବଞ୍ଚାଇବା ପାଇଁ ଆର୍ଥିକ ସହାୟତା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.