ଭୁବନେଶ୍ୱର:ରାଜ୍ୟ ପୋଲିସ ଏସଆଇ ନିଯୁକ୍ତିରେ ଜାଲିଆତି ସାମ୍ନାକୁ ଆସିବା ପରେ ସରକାରଙ୍କ ପକ୍ଷରୁ ଏସଆଇ ଜାଲିଆତିର ତଦନ୍ତ ର ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ପରେ ଏହାର ତଦନ୍ତର ଭାର ସିବିଆଇକୁ ଦିଆଗଲା । ତେବେ ତଦନ୍ତରୁ ଜଣାପଡିଛି ଯେ ଏସଆଇ ଜାଲିଆତିରେ ସିଲିକନ ସଂସ୍ଥାର ଭୂମିକା ରହିଛି । ଏହାପରେ ରାଜ୍ୟ ସରକାର ସିଲିକନ ଟେକ୍ ସହ ସମସ୍ତ ଚୁକ୍ତି ବାତିଲ କରିଥିବା ସୂଚନା ମିଳିଛି ।
ଅନିୟମିତତା ସାମ୍ନାକୁ ଆସିବା ପରେ ବ୍ଲାକଲିଷ୍ଟ କରିଛି ଆଇଟି ବିଭାଗ । ଏପଟେ SI ପରୀକ୍ଷା କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚ ସିଲିକନ ସଂସ୍ଥାର ମୁଖ୍ୟ ସୁରେଶ ନାୟକଙ୍କୁ ଗିରଫ କରିଥିଲା ।
ଖବରମୁତାବକ, ପଞ୍ଚସଫ୍ଟ ଓ ସିଲିକନ୍ ଟେକ୍ ଏସଆଇ ଜାଲିଆତିରେ ସାମ୍ନାକୁ ଆସିଥିଲେ। ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିକୁ ନେପାଳ ସୀମାରୁ ଗିରଫ ପରେ କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।
ଓପିଆରବି ପକ୍ଷରୁ ଏସଆଇ ପରୀକ୍ଷା ପାଇଁ ଆଇଟିଆଇ ଲିମିଟେଡ୍ କୁ ଦାୟିତ୍ଵ ଦେଇଥିଲା । ପରେ ଆଇଟିଆଇ ସିଲିକନ ସଂସ୍ଥାକୁ ଦାୟିତ୍ଵ ଦେଇଥିଲା ଓ ସିଲିକନ ସଂସ୍ଥା ପୁଣି ପଞ୍ଚସଫ୍ଟକୁ ସବ କଣ୍ଟ୍ରାକ୍ଟ ଦେଇଥିଲା।