କଟକ : ଓଡିଶା ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଦୁଇ ଦିନିଆ କଟକ ଗସ୍ତରେ ଆସିଥିବା ମନ୍ତ୍ରୀ ନିତ୍ୟାନନ୍ଦ ଆଜି କଟକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ସୂଚନା ଦେବା ସହ ଓଡ଼ିଶାକୁ ଆସିଥିବା କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ତଥ୍ୟ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାରେ ସାରା ଦେଶର କୃଷକ ଉପକୃତ ହେଉଥିବା ବେଳେ ଓଡିଶା କୃଷକମାନେ ମଧ୍ୟ ଉପକୃତ ହୋଇଛନ୍ତି । ୩ମାସ ପୂର୍ବର ରିପୋର୍ଟ ଅନୁସାରେ ଓଡିଶାର ୪୯ ଲକ୍ଷ ୭୩ ହଜାର କୃଷକ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାରେ ଲାଭ ପାଇଥିବାର ମନ୍ତ୍ରୀ ନିତ୍ୟାନନ୍ଦ ସୂଚନା ଦେଇଥିଲେ । ପ୍ରତେକ କୃଷକ ବର୍ଷକୁ ୬୦୦୦ ଟଙ୍କା ପାଇଥିବା ବେଳେ ଏଥିପାଇଁ ଓଡିଶାକୁ ୭ ହଜାର ୧୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟିତ ଥିବା ବେଳେ ରାଜ୍ୟ ସରକାର ଏଦିଗରେ ନିଷ୍କ୍ରିୟ ରହିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।
ଏହି ସାମ୍ବାଦିକ ସମ୍ମିଳନୀରେ ସାମ୍ୱଦିକ ମାନେ ଦରବୃଦ୍ଧି ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦରଦାମ ଏକ ବିଶ୍ୱ ସମସ୍ୟା ବୋଲି କପିଥିଲେ । ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ବିରୋଧୀ ମାନେ ଦେଶକୁ ଭ୍ରମିତ କରୁଛନ୍ତି ବୋଲି ଅଭିୟୋଗ ଆଣିଥିଲେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।
Comments are closed.