Latest Odisha News

BREAKING NEWS

ଓଡିଶାରେ ହେବ ଭାରତ ଯୋଡ଼ ପଦଯାତ୍ରା

ଭୁବନେଶ୍ୱର :  କଂଗ୍ରେସର “ଭାରତ ଯୋଡ” ଜନସମ୍ପର୍କ ପଦଯାତ୍ରା  ଓଡ଼ିଶାରେ  ହେବାକୁ ଯାଉଛି  । ଓଡିଶାରେ “ଭାରତ ଯୋଡ” ପଦଯାତ୍ରା  ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ କଂଗ୍ରେସର ଭାରତ ଯୋଡ ପଦଯାତ୍ରାର ମୁଖ୍ୟ ଦିଗ ବିଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓଡି଼ଶା ଗସ୍ତ କରିବେ ।

କଂଗ୍ରେସର “ଭାରତ ଯୋଡ” ଜନସମ୍ପର୍କ ପଦଯାତ୍ରା କିଭଳି ଓଡ଼ିଶାରେ କାର୍ଯ୍ୟନ୍ଵୟନ ହେବ ସେ ନେଇ ଚଳିତ ମାସ ୧୭ ତାରିଖ ସଂଧ୍ୟାରେ ଭୁବନେଶ୍ବରରେ ଉଭୟ ପହଞ୍ଚିବେ । ବିଧାୟକ, ସଂସଦ, ଜିଲ୍ଲା ସଭାପତି, ବ୍ଲକ ସଭାପତି, ବରିଷ୍ଠ ପଦାଧିକାରୀଙ୍କ ସହ ୧୮ ତାରିଖରେ ଆକ୍ସନ ପ୍ଲାନ କରାଯିବ। ତା’ ପରେ ଓଡ଼ିଶାରେ ଭାରତ ଯୋଡ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ପ୍ରତେକ ବୁଥ , ପଞ୍ଚାୟତ , ଜିଲ୍ଲାପରିଷଦ ଜୋନ ସହ ସମସ୍ତ ଜିଲ୍ଲାରେ ଭାରତ ଯୋଡ କୋଡିନେଟର ମାନଙ୍କୁ ଦାୟିତ୍ୱ  ଦିଆଯାଉଛି  । ଏନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

Leave A Reply

Your email address will not be published.