Latest Odisha News

BREAKING NEWS

ନିରୋଗ ରହିବାର ଏକମାତ୍ର ଉପାୟ ‘ଅଦା ମିଶ୍ରିତ କ୍ଷୀର’ ସେବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଦା ପଡିଥିବା ଚା’ ପିଇଲେ ଯେତେ ସ୍ୱାଦିଷ୍ଟ ଲାଗେ ସେତିକି ଉପକାରୀ ମଧ୍ୟ । ଔଷଧିୟ ତତ୍ୱ ମଧ୍ୟରେ ଅଦା ନିଜ ସ୍ଥାନ ବଜାୟ ରଖିଛି। ଅଦାର ଫାଇଦା ତ ବହୁତ ଲୋକେ ଜାଣନ୍ତି କିନ୍ତୁ ବହୁତ କମ ଲୋକେ ଜାଣିଥିବେ କ୍ଷୀରରେ ଅଦା ମିଶାଇ ପିଇଲେ ଫାଇଦା ଦୁଇଗୁଣିତ ବଢିଯାଏ । ଅଦା ଦ୍ୱାରା ବହୁତ ରୋଗର ବିନାଶ ହୁଏ ।

ଅଦାରେ ଆଣ୍ଟି ଇପ୍ଲେମେଣ୍ଟେରୀ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥିବାରୁ ସର୍ଦ୍ଦି-କାଶରୁ ଏହା ଦୂର ରଖିଥାଏ । ସେହିପରି କ୍ଷୀରକୁ ପୂର୍ଣ୍ଣ ଆହାର କୁହାଯାଏ । ଯେତେବେଳେ ଆପଣ ଏହି ଦୁଇଟି ଖାଦ୍ୟକୁ ମିଶାଇ ସେବନ କରିବେ ଅଧିକ ଲାଭ ପାଇବେ ।

ଅଦା କ୍ଷୀର ତିଆରି କରିବାକୁ ହେଲେ ପ୍ରଥମେ କ୍ଷୀରକୁ ଗରମ କରନ୍ତୁ ଆଉ ସେଥିରେ ଅଦାକୁ ଛୋଟ ଛୋଟ ଖଣ୍ଡ କରି ପକାଇ ଫୁଟାଇଦିଅନ୍ତୁ । ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ । ଅଦାଯୁକ୍ତ କ୍ଷୀର ପାଚନ କ୍ରିୟାକୁ ଶକ୍ତିଶାଳୀ କରିଥାଏ । ଏହାକୁ ପିଇଲେ ପେଟ ବ୍ୟଥା, ଏସିଡିଟି ଭଳି ସମସ୍ତ ରୋଗ ଦୂର ହୋଇଥାଏ । ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ ଅଦା ମିଶା କ୍ଷୀର ।

କ୍ଷୀରରେ ଅଦା ମିଶାଇ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଦେହ ଦୁର୍ବଳ ଲାଗେ ନାହିଁ । ତେଣୁ ଅଦା ମିଶା କ୍ଷୀର ପିଇବା ନିହାତି ଆବଶ୍ୟକ । ସେହିପରି ଥଣ୍ଡା, ଜ୍ୱର ଏବଂ କାଶରୁ ମୁକ୍ତି ଦିଏ ଅଦାଯୁକ୍ତ କ୍ଷୀର । ଗଳାର କିଛିବି ସମସ୍ୟା ହେଲେ ଅଦା ମିଶା କ୍ଷୀର ସେବନ କରନ୍ତୁ ଖୁବ ଶୀଘ୍ର ଲାଭ ପାଇବେ ।

Leave A Reply

Your email address will not be published.