Latest Odisha News

BREAKING NEWS

Ratna Bhandar: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ହାଇକୋର୍ଟ

କଟକ: ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ତଦନ୍ତ କମିଶନ ରିପୋର୍ଟ କେବେ ସାର୍ବଜନୀନ ହେବ ତା ଉପରେ ସ୍ପଷ୍ଟୀକରଣ ଲୋଡିଛନ୍ତି ହାଇକୋର୍ଟ । ଏହା ବ୍ୟତୀତ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମସ୍ତ ରତ୍ନ ପୂର୍ବ ପରି ଅଛି ନା ନାହିଁ, ସେନେଇ ସ୍ପଷ୍ଟ ତଥ୍ୟ ଲୋଡିଛନ୍ତି ମାମଲାର ଆବେଦନକାରୀ ।

ଏହି ଘଟଣାରେ ତଥ୍ୟ ରଖି ଶ୍ରୀମନ୍ଦିର ପ୍ରଶାସନ କୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ, ରତ୍ନ ଗଣତି ମଣତି ପାଇଁ ଏସ୍ଓପି ପ୍ରସ୍ତୁତ ହୋଇସାରିଛି ଏବଂ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଲେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ।

ସୂଚନା ମୁତାବକ, ୧୯୭୮ ମସିହାରେ ଶେଷ ଥର ପାଇଁ ଗଣତି ମଣତି ହୋଇଥିଲା । କିନ୍ତୁ ସେହି ମୁତାବକ ରତ୍ନ ଏବେ ରତ୍ନ ଭଣ୍ଡାରରେ ଅଛି କି ନାହିଁ, ସେନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ଯାହା ଉପରେ ଆଗାମୀ ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବା ଲାଗି ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇକୋର୍ଟ ।

Leave A Reply

Your email address will not be published.