ଭୁବନେଶ୍ଵର: ଆଗକୁ ସାପ କାମୁଡାରେ ମୃତ୍ୟୁ ପାଇଁ ବଢ଼ିପାରେ କ୍ଷତିପୂରଣ ରାଶି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସାପ କାମୁଡ଼ାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଓଡ଼ିଶା ସରକାର ବିଚାର କରୁଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର କହିଛନ୍ତି ଯେ, କ୍ଷତିପୂରଣ ରାଶି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ସମୀକ୍ଷା କରୁଛନ୍ତି ।
ସାପ କାମୁଡ଼ା ମୃତ୍ୟୁ ପାଇଁ ବର୍ତ୍ତମାନ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉଛି । ନିକଟରେ ଏକ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଶି ବୃଦ୍ଧି ପାଇଁ ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖି ସୁପାରିଶ କରିଥିଲେ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ସେହିପରି, ବଜ୍ରାଘାତ ଏବଂ ପାଣିରେ ବୁଡି ମୃତ୍ୟୁ ହେଲେ ମଧ୍ୟ ସମାନ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ସୁରେଶ ପୂଜାରୀ ।
Comments are closed.