Latest Odisha News

ରଥଯାତ୍ରା ନେଇ ସରକାର ନିଷ୍ପତ୍ତି ନେବେ: ହାଇକୋର୍ଟ

କଟକ: ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ସରକାର । ଆଜି ହାଇକୋର୍ଟରେ ରଥଯାତ୍ରା ପ୍ରସଙ୍ଗ ଉପରେ ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ରାଜ୍ୟ ସରକାରଙ୍କୁ ପରିସ୍ଥିତି କୁ ଦୃଷ୍ଟିରେ ରଖି ଏବଂ କେନ୍ଦ୍ର ସରକାରଙ୍କ କୋଭିଡ ନିୟମ ମାନି ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟଙ୍କ ଆଦେଶ ପରେ ରଥଯାତ୍ରା ହେବ କି ନାହିଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ତେବେ ରଥଯାତ୍ରା ପାଖେଇ ଆସିଲାଣି । ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ରଥ ନିର୍ମାଣରେ ମହାରଣା, ରୂପକାର, କମାର ଓ ଭୋଇ ସେବକ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.