Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ୨୦୨୫-୨୬, ଜାଣନ୍ତୁ କେମିତି କରିବେ ଆବେଦନ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ । ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ଆସନ୍ତା ୨୦ ଜାନୁୟାରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି । ଏଥିପାଇଁ ଆବେଦନ କରିବାକୁ ହେଲେ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”ର Website https://msp.odisha.gov.in କୁ ଯାଇ ଆବେଦନ କରିବାକୁ ହେବ ।

ଏହି ବର୍ଗରେ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାର, ବ୍ଲକ୍ ଶିକ୍ଷା ଅଧିକାରୀ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ ପୁରସ୍କାର ଓ ଆଞ୍ଚଳିତ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର ସାମିଲ ଅଛି ।

Leave A Reply

Your email address will not be published.