Latest Odisha News

ମଙ୍କିପକ୍ସ ସନ୍ଦେହ ହେଲେ ୨୧ ଦିନ ପାଇଁ ଆଇସୋଲେସନ

ଭୁବନେଶ୍ୱର: ରାଜ୍ୟରେ ଜାରି ହେଲା ମଙ୍କିପକ୍ସ ଗାଇଡଲାଇନ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମକିପକ୍ସ ସହ ଲଢେଇ ପାଇଁ ଗାଇଡଲାଇନ ଜାରି କରାଯାଇଛି l ସବୁ ଜିଲ୍ଲାମାନଙ୍କୁ ଗାଇଡଲାଇନ ଜାରି ହୋଇଛି । ଲକ୍ଷଣ କଣ, ଟେଷ୍ଟିଂ କିପରି ହେବ, ରୋଗୀଙ୍କୁ କିପରି ଚିକିତ୍ସା କରିବେ ସେ ନେଇ ଗାଇଡଲାଇନରେ ଉଲ୍ଲେଖ ରହିଛି । ଏଥିସହ ବିମାନ ବନ୍ଦର ସହ ବନ୍ଦର କର୍ତ୍ତୃପକ୍ଷଙ୍କୁ ଗାଇଡଲାଇନ୍ ଜାରି କରାଯାଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।

ଏହି ରୋଗ ମଣିଷ ପାଖରୁ ମଣିଷକୁ ସଂକ୍ରମିତ ହେଉଛି । ତେଣୁ ଗୋଟିଏ ମାମଲା ସାମ୍ନାକୁ ଆସିଲେ ବି ଗୁରୁତର ସହ ନେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ଆସିବାର ସମ୍ଭାବନା ରହିଛି ତେଣୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ମଙ୍କିପକ୍ସରେ ସଂକ୍ରମିତ ହେଉଛନ୍ତି ତେବେ ତୁରନ୍ତ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଭାରତରେ ମଙ୍କି ପକ୍ସ ସଂଖ୍ୟ ବହୁତ କମ୍ ରହିଛି । ବିଦେଶ ଭ୍ରମଣକାରୀଙ୍କ ଉପରେ କଡ଼ା ନଜର ରଖାଯାଉଛି । ମଙ୍କି ପକ୍ସ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନମୁନା ପରୀକ୍ଷା ପାଇଁ କୁହାଯାଇଛି । ସମସ୍ତ ନମୁନା ଏମ୍ସ ଲାବୋରେଟୋରୀକୁ ପଠାଯିବ । ଲକ୍ଷଣ ଦେଖାଗଲେ ୨୧ ଦିନ ପାଇଁ ଆଇସୋଲେସନରେ ରଖାଯିବ । ସେହିପରି ରିପୋର୍ଟ ନେଗେଟିଭ୍ ଆସିଲେ ଛାଡ଼ି ଦିଆଯିବ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.