ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱାସ୍ଥ୍ୟ ଭତିଭୂମି ଉପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି, ୬ ହଜାର ଶଯ୍ୟାର କୋଭିଡ ହସ୍ପିଟାଲ ତିଆରି କରିବାକୁ ରାଜ୍ୟ ସରକାରଙ୍କ ଯୋଜନା ରହିଛି । ବର୍ତ୍ତମାନ ଓଡ଼ିଶାରେ ୭ଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଲାଣି । ଏହି ହସ୍ପିଟାଲ ଗୁଡିକର ଶଯ୍ୟା ସଂଖ୍ୟା ୧୫୦୦ରୁ ଅଧିକ ରହିଛି ।
ରାଜ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ପିପିଇ ଓ ଟେଷ୍ଟିଂ କିଟ୍ ରହିଛି । ଭାରତ ଏବଂ ଭାରତ ବାହାରୁ ଟେଷ୍ଟିଂ କିଟ୍ ମଗା ଯାଇଛି । ୪ରୁ ୮ ମାସ ପର୍ଯ୍ୟନ୍ତ ବ୍ୟବହାର ପାଇଁ ତ୍ରିପଲ ଲେୟାର ମାସ୍କ, ଏନ୍-୯୫ ମାସ୍କ ଏବଂ ସମସ୍ତ ସ୍ୱାସ୍ଥ୍ୟ ଉପକରଣ ମହଜୁଦ ରହିଛି । ରାଜ୍ୟରେ ପିପିଇ ଅଭାବ ନାହିଁ । ପ୍ରାୟ ଏକ ମାସ ପାଇଁ ପିପିଇ ମହଜୁଦ ରହିଛି ।
ଏଥିସହ ଚିକିତ୍ସା ପାଇଁ ଆୟୁଷ ଡାକ୍ତର ଏବଂ ଚତୁର୍ଥ ଓ ପଂଚମ ସେମିଷ୍ଟାର ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଉଛି । କେବଳ ସେତିକି ନୁହେଁ ଘରୋଇ ଡାକ୍ତରମାନଙ୍କୁ ମଧ୍ୟ ତାଲିମ ଦିଆଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।
BREAKING NEWS
- ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହେଲା ଶୁଭ ସ୍ତମ୍ଭ
- ରାଜ୍ୟରେ ଅଛନ୍ତି ୨୩୦୪୦୩ ଷଣ୍ଢ: ପ୍ରାଣୀ ସମ୍ପଦ ମନ୍ତ୍ରୀ
- କୋଭିଡ୍, ମଙ୍କିପକ୍ସ ଓ ମାରବର୍ଗ : କେଉଁଟି ଅଧିକ ଭୟଙ୍କର ?
- ଲଣ୍ଡନରେ ପଢା ସରିବା ପରେ ସାରାଙ୍କ କାନ୍ଧରେ ବଡ ଦାୟିତ୍ବ, ସଚିନ ଜଣାଇଲେ ଅଭିନନ୍ଦନ
- ବିଦ୍ୟୁତ କମ୍ପାନୀ ଉପରେ ୬,୫୮୭ କୋଟି ଟଙ୍କା ବାକି: ମନ୍ତ୍ରୀ
- ଜୟ ଶାହଙ୍କ ସ୍ଥାନରେ କିଏ ହେବେ ବିସିସିଆଇ ସେକ୍ରେଟାରୀ
- ପଣସ ଚାଷ ଓ କଞ୍ଚା ପଣସରୁ ପ୍ରସ୍ତୁତ ଉତ୍ପାଦନ ହେବ ବଜାରୀକରଣ, ୨ କମ୍ପାନୀ ସହ ଏମଓୟୁ ସ୍ଵାକ୍ଷରିତ
- ନୌସେନା ଦିବସ ପାଳନ ପଛର କାହାଣୀ
- ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ ହ୍ରିତିକ ରୋଶନଙ୍କ ପରିବାରର କାହାଣୀ
- ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ସ୍ପିନରଙ୍କୁ ସୁହାଇବ ଆଡିଲେଡ ପିଚ
Comments are closed.