Latest Odisha News

ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ମନଇଚ୍ଛା ନ ଖାଇବା ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ:ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ମନଇଚ୍ଛା ନ ଖାଇବା ପାଇଁ ଗୁରୁବାର କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାକୁ ସେବନ କରିବା ପାଇଁ କୁହାଯାଇଛି । କରୋନା ଭାଇରସକୁ ଭଲ କରିବାରେ ଏହି ଔଷଧ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏହାର ଚାହିଦା ବଢ଼ିବାରେ ଲାଗିଛି । ଏକାଧିକ ରାଷ୍ଟ୍ର ଭାରତ ଠାରୁ ଏହି ମେଡିସନ ନେବାକୁ ନିବେଦନ ମଧ୍ୟ କରୁଛନ୍ତି । ହେଲେ ଏହି ଔଷଧ ମନଇଚ୍ଛା ଖାଇଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ।

କେନ୍ଦ୍ର ସ୍ୱସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ଆଜି କହିଛନ୍ତି, ହାଇଡ୍ରୋକ୍ସି କ୍ଲୋରୋକୁଇନ କେବଳ ରୋଗୀ ଓ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଏବଂ ନର୍ସଙ୍କୁ ଉପଯୁକ୍ତ ପରାମର୍ଶ କ୍ରମେ ଖାଇବାକୁ ଦିଆଯାଇଛି। ଏହାକୁ ସାଧାରଣ ଲୋକ ଖାଇଲେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବ। ଏପରି କି ଜୀବନ ମଧ୍ୟ ଯାଇପାରେ। ହୃଦରୋଗୀଙ୍କ ପାଇଁ ଏହି ମେଡିସିନ ଆଦୌ ଠିକ ନୁହେଁ। ଏହା ଖାଇଲେ ସ୍ଥିତି ଆହୁରି ବିଗିଡ଼ି ଯିବାର ଆଶଙ୍କା ରହିଛି। ସେହିପରି ସାଧାରଣ ଲୋକ ଏହାକୁ ଖାଇଲେ ହୃଦରୋଗ ଠାରୁ ଆରମ୍ଭ କରି ଅନେକ ରୋଗର ସମ୍ମୁଖୀନ ହୋଇପାରନ୍ତି।

Leave A Reply

Your email address will not be published.