Latest Odisha News

BREAKING NEWS

ଓଡ଼ିଶାରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ସଜାଗ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଲା ଭାଇରସ ଓମିକ୍ରନ୍ । ୪ ଆକ୍ରାନ୍ତ ଚିହ୍ନଟ ପରେ ସଜାଗ ରହିଛି ସ୍ବାସ୍ଥ୍ୟ ବିଭାଗ । ସଂକ୍ରମଣରୁ ବର୍ତ୍ତିବା ପାଇଁ ଗୋଟିଏ ଲେୟାର ମାକ୍ସ ନପିନ୍ଧି ତିନି ଲେୟାର ମାକ୍ସ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । କାରଣ, ଭାଇରସ ଓମିକ୍ରନ ୫ ଗୁଣ ଅଧିକ ବେଗରେ ସଂକ୍ରମଣ କରୁଛି । ଯେଉଁଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ବଣଭୋଜି ଓ ଗହଳି ଉପରେ କଟକଣା ଲଗାଯାଇଛି । ଆସନ୍ତାକାଲି ଠାରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବଣଭୋଜି ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି ।

ସେହିପରି ଓମିକ୍ରନ ପାଇଁ ସତର୍କ ରହିବାକୁ କୁହାଯାଇଛି । ଭିଡ଼କୁ ନଯିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସଂକ୍ରମଣକୁ ନଜରରେ ରଖି ରାଜ୍ୟରେ ଜୋରଦାର ହେବ ସର୍ଭେଲାନ୍ସ । ଟେଷ୍ଟିଂ ମଧ୍ୟ ବଢ଼ାଯିବ । ଯେଉଁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କହିଛି ସ୍ବାସ୍ଥ୍ୟ ବିଭାଗ । ଅନ୍ୟପଟେ ରାଜ୍ୟରେ ଘରକୁ ଘର ଟିକାକରଣ ଜାରି ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୪ କୋଟି ୮୨ ଲକ୍ଷ ଟିକା ଦିଆସରିଲାଣି । ୨ କୋଟି ୮୮ ଲକ୍ଷ ପ୍ରଥମ ଡୋଜ ଦିଆଯାଇଥିବା ବେଳେ, ଏବେବି ୩୭ ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ନେଇ ନାହାନ୍ତି । ସେହିପରି ୩୧ ଲକ୍ଷ ଲୋକଙ୍କର ଦ୍ବିତୀୟ ଡୋଜ ବାକି ରହିଛି । ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଶେଷ କରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.