Latest Odisha News

ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଲେ ସାଇ ଇଣ୍ଟରନ୍ୟାସନାଲ୍‌ର ଛାତ୍ରଛାତ୍ରୀ

ଲଣ୍ଡନ: ଲଣ୍ଡନ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଚଳିତ ମାସ ୧୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଉଣ୍ଡ ସ୍କୋୟାର ଆନ୍ତର୍ଜାତୀୟ ସମ୍ମିଳନୀର ଗ୍ଳୋବାଲ୍ ଇମରଜନ୍ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ୍ ରେସିଡ଼େନ୍ସିଆଲ୍ ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇଛନ୍ତି । ସ୍କୁଲର ୪୪ ଜଣ ଛାତ୍ରଛାତ୍ରୀ ଗ୍ଳୋବାଲ୍ ଇମରଜନ୍ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍‌ର ଛାତ୍ରଛାତ୍ରୀମାନେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି ।  ୟୁକେ, ଜାପାନ୍‌, ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ଦେଶ ପରି ୫୬ ଟି ଦେଶର ୧୭୨ଟି ସ୍କୁଲର ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।

ଛାତ୍ରଛାତ୍ରୀମାନେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଓ ସେଣ୍ଟ ଆନେ କଲେଜ ପରିସରରେ ୩ଦିନ ରହିବା ପରେ ଲଣ୍ଡନର ଲାଟମର୍ ଅପର୍ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ନିଜ ବାସସ୍ଥାନରେ ରହିବେ । ଛାତ୍ରଛାତ୍ରୀମାନେ ମଧ୍ୟ କେମ୍ବ୍ରିଜ୍‌ର କିଙ୍ଗ କଲେଜ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଗ୍ଳୋବାଲ୍ ଇମରଜନ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଆନ୍ତର୍ଜାତୀୟତା, ନେତ୍ୱତ୍ୱ ନେବାର ଦକ୍ଷତା, ସାମାଜିକ କୌଶଳ ଆଦି ଶିକ୍ଷାଗ୍ରହଣ କରିପାରିବେ । ବିଭିନ୍ନ ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀମାନେ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ସହ ମିଶିବାର ସୁଯୋଗ ପାଇବେ । ଏହି ବ୍ୟକ୍ତିତ୍ୱଙ୍କ ମଧ୍ୟରେ ବିଶିଷ୍ଟ ବ୍ରଡ଼କାଷ୍ଟର ଏବଂ ଦୁଃସାହସିକ ବ୍ୟକ୍ତି ବେନ୍ ଫୋଗଲେ, ପରିବେଶବିତ୍ (ସମୁଦ୍ର) ଓ କଳାକାର ଇମଲି ପେନ୍ ଏବଂ ବିଶ୍ୱ ପ୍ରସିଦ୍ଧ ଅକ୍ସଫୋର୍ଡ଼ ୟୁନିଭରସିଟିର ଅର୍ଥନୀତି ବିଭାଗର ପ୍ରଫେସର ସାର୍ ଡାଏଟର୍ ହେଲ୍‌ମ ମଧ୍ୟ ଏଥିରେ ସାମିଲ ହେବେ ।  ଏହି ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ବରାଜା ବ୍ରେକଆଉଟ୍ ସେସନ ମାଧ୍ୟମରେ ସାରା ବିଶ୍ୱର ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ନେବାର ସ୍ୱତନ୍ତ୍ର କୌଶଳ ଶିଖାଇବେ ।

ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ରାଉଣ୍ଡ ସ୍କୋୟାର ଆନ୍ତର୍ଜାତୀୟ ସମ୍ମିଳନୀରେ ଭାଗନେଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ  ଛାତ୍ରଛାତ୍ରୀମାନେ ନେତୃତ୍ୱ ନେବାର କୌଶଳ ଶିକ୍ଷା ଗ୍ରହଣ କରିବା ସହ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ କିଛି ଶିଖିବାର ସୁଯୋଗ ପାଇବେ ବୋଲି ଆଶାପ୍ରକାଶ କରିଛନ୍ତି ।

Leave A Reply

Your email address will not be published.