Latest Odisha News

BREAKING NEWS

ନଦୀରେ ଭାସିଯାଇ ତିବତ୍ତୀୟ ନାବାଳକ ନିଖୋଜ

ଗଜପତି : ସାଙ୍ଗ ମାନଙ୍କ ସହ ନଦୀ ପାର ହୋଇ ପିକନିକ କରିବା ହେଲା କାଳ । ନଦୀ ପାର ହେଉଥିବା ବେଳେ ନଦୀରେ ଭାସି ଯାଇ ନିଖୋଜ ଅଛନ୍ତି ତିବତୀୟ ନାବାଳକ । ନିଖୋଜ ନାବାଳକ ଜଣକ ହେଲେ ଜିରାଙ୍ଗ ଗ୍ରାମର ଜିଗ୍ମି ଦେଓ୍ବା । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ମହେନ୍ଦ୍ରଗଡ଼ ନଦୀରେ ଘଟିଛି ଏଭଳି ଏକ ଅଭୟବନୀୟ ଘଟଣା ।

ସୂଚନା ଅନୁସାରେ, ଆଜି ଅପରାହ୍ନରେ ଜିରାଙ୍ଗ କଲୋନୀର ୨ ନାବାଳକ ଓ ୨ ନାବାଳିକା ମହେନ୍ଦ୍ରଗଡ଼ ଶିବ ମନ୍ଦିର ନିକଟସ୍ଥ ନଦୀ ପାର ହୋଇ ଜଙ୍ଗଲକୁ ପିକନିକ କରିବାକୁ ଯାଇଥିଲେ । ପିକନିକ ସାରି ନଦୀ ପାର ହୋଇ ଘରକୁ ଫେରୁଥିବା ବେଳେ, ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ଜିରାଙ୍ଗ ଗ୍ରାମର ଜିଗ୍ମି ଦେଓ୍ବା । ଛାତ୍ର ଜଣକ ନିଖୋଜ ଥିବା ବେଳେ, ଖବର ପାଇ ଆର. ଉଦୟଗିରି ଅଗ୍ନିଶମ ବାହିନୀ ପହଞ୍ଚ ସର୍ଚ୍ଚ ଅପେରସନ ଜାରି ରଖିଛି । ହେଲେ ଏଯାଏଁ ନାବାଳକର କୌଣସି ସନ୍ଧାନ ମିଳିନାହିଁ । ।

Leave A Reply

Your email address will not be published.