Latest Odisha News

ପ୍ରତିଶ୍ରୁତି ପତ୍ରିକାର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଆୟୋଜିତ

ଭୁବନେଶ୍ୱର : ପ୍ରତିଶ୍ରୁତି ( ନୂଆ ସକାଳର ସଙ୍କଳ୍ପ ) ପତ୍ରିକାର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ବିଧାୟକ ( ମଧ୍ୟ ) ଅନନ୍ତ ନାରାୟଣ ଜେନା ଉଦଘାଟନ କରିଥିଲେ।

ଏହି ଉତ୍ସବରେ ବରିଷ୍ଠ କବି ଡ଼. ବିଜୟ କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କବି ଡ଼ ଅମୀୟ ରଞ୍ଜନ ମହାପାତ୍ର ଯୋଗଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ କବୀ ଓ ଅଧ୍ୟାପିକା ଶ୍ରୀମତୀ ବୀଣାପାଣି ତ୍ରିପାଠୀ, ବିଶିଷ୍ଟ ଶିକ୍ଷାବିତ ଓ କବି ଶ୍ରୀକାନ୍ତ ନାୟକ, ବିଶିଷ୍ଟ ଭାଷାବିତ ଶଙ୍କର୍ଷଣ ପରିଡା, ଦୈନିକ ଖବରକାଗଜ ପ୍ରଜାତନ୍ତ୍ର ସାହିତ୍ୟ ପୃଷ୍ଠାର ସହ ସମ୍ପାଦକ ଶ୍ରୀଯୁକ୍ତ ଅମିନୁଲ ରାୟ ପ୍ରମୁଖ ଯୋଗଦେଇ ପତ୍ର ପତ୍ରିକାରେ ସମ୍ପାଦକୀୟ କର୍ତ୍ତବ୍ୟ ସମ୍ପର୍କରେ ମତଦାନ କରିଥିଲେ। ସମସ୍ତ ଅତିଥି ବୃନ୍ଦ ସମ୍ପାଦକର ଦାୟିତ୍ୱବୋଧତା ପତ୍ରିକାଟିକୁ କିପରି ଜୀବନ୍ତ କରିପାରେ ସେ ବିଷୟରେ ଆଲୋକପାତ କରିଥିଲେ।

ଏହି ଅବସରରେ ପ୍ରତିଶ୍ରୁତି ( ନୂଆ ସକାଳର ସଙ୍କଳ୍ପ ) ପତ୍ରିକାର ଦ୍ଵିତୀୟ ସଂସ୍କରଣ ଓ ବ୍ରହ୍ମପୁରରୁ ପ୍ରକାଶିତ ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ରର ମାର୍ଚ୍ଚ ୨୦୨୧ ସଂଖ୍ୟା ଉନ୍ମୋଚିତ ହୋଇଥିଲା।

ପ୍ରତିଶ୍ରୁତିର ପରିଚାଳନା ସମ୍ପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ପରିଚାଳନାରେ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଶୁଭବ୍ରତ ମହାପାତ୍ର, ସୁବ୍ରତ ଜେନା ପ୍ରମୁଖ ସହଯୋଗ କରିଥିଲେ ।କବୀ ସୁମିତା ବେହେରା ଓ ସହ ସମ୍ପାଦିକା ସସ୍ମିତା ମହାପାତ୍ର କାର୍ଯ୍ୟକ୍ରମର ସଞ୍ଚାଳନା କରିଥିଲେ।  ଏହି ଅବସରରେ କବିତା ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପରିଶେଷରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସାରସ୍ୱତ ସାଧକ ସାଧିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.