Latest Odisha News

BREAKING NEWS

ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତରୀତ ହେଲା ସ୍ୱାଧୀନତା ଦିବସ ପ୍ୟାରେଡ୍

ଭୁବନେଶ୍ୱର: ପୂର୍ବରୁ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡ଼ ଏଥର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଟ୍ୱିନସିଟି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି କହିଛନ୍ତି, ଏହି ରାଜ୍ୟସ୍ତରୀୟ ପ୍ୟାରେଡ଼ ଉତ୍ସବରେ ଏଥର ଟେରିଟୋରିଆଲ୍ ଆର୍ମି, ତେଲେଙ୍ଗାନା ପୋଲିସ, ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ ସମେତ ଓଡ଼ିଶା ସ୍ପେଶାଲ୍ ଆର୍ମଡ଼ ପୋଲିସ ଅଂଶଗ୍ରହଣ କରିବେ ।

ଏଥର ନୂଆ ସ୍ଥାନରେ ପ୍ୟାରେଡ଼ ହେଉଥିବା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ୨୦,୦୦୦ ଦର୍ଶକ ବସି ଉପଭୋଗ କରିବା ପରି ବ୍ୟବସ୍ଥା କରାଯିବା ସହିତ କଡ଼ା ନିରାପତ୍ତା ବ୍ୟବସ୍ଥା କରାଯାଇଛି । ଏଥିସହିତ ପ୍ୟାରେଡ଼ ସ୍ଥାନରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ଆର୍ ପି ଶର୍ମା ସ୍ୱାଧୀନତା ଦିବସ ପ୍ୟାରେଡ଼ ଲାଗି ଜନତା ମଇଦାନ, ପ୍ରଦର୍ଶନୀ ପଡ଼ିଆ ଏବଂ କଳିଙ୍ଗ ଷ୍ଟାଡ଼ିୟମ ପରି ୩ଟି ସ୍ଥାନ ବୁଲି ଦେଖିଥିଲେ ।

Leave A Reply

Your email address will not be published.