Latest Odisha News

ରାଜ୍ୟସ୍ତରୀୟ ପାଲା ମହୋତ୍ସବ: ପାଲାର ଅଭିବୃଦ୍ଧି ଓ ସଂରକ୍ଷଣ ନେଇ ଆଲୋଚନା

ଢେଙ୍କାନାଳ: ‘ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଢେଙ୍କାନାଳ ବାଲିମୀସ୍ଥିତ ଫାର୍ କାର୍ଯ୍ୟାଳୟ ପରିସରରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଦୁଇ ଦିନବ୍ୟାପୀ ଶନିବାର ଓ ରବିବାରରେ ଅନୁଷ୍ଠିତ ଏହି ପାଲା-ମହୋତ୍ସବରେ ରାଜ୍ୟର ବରିଷ୍ଠ ପାଲା ଗାୟକ, ପାଲା-କଳାକାର, ବୁଦ୍ଧିଜୀବୀ, ସାହିତ୍ୟିକ ଓ ପାଲାପ୍ରେମୀଙ୍କର ମହାମିଳନ ହୋଇଥିଲା ।

ଏହି ଅବସରରେ ପାଲାର ବିକାଶ, ପ୍ରଚାର, ପ୍ରସାର ଓ ଡକ୍ୟୁମେଣ୍ଟେସନ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଢେଙ୍କାନାଳ ସାଂସଦ ମହେଶ ସାହୁ ମହୋତ୍ସବକୁ ଉଦଘାଟନ କରିଥିଲେ । ପ୍ରତିଷ୍ଠାନର ଅଧ୍ୟକ୍ଷ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର, ଫାର ର ସଭାପତି ମହେଶ ମିଶ୍ର, ସାମାଜିକ କର୍ମୀ ବିଜୟ କୁମାର ବାବୁ, ଶ୍ରୀନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିସଦର ପୂର୍ବତନ ସମ୍ପାଦକ ସୁଦର୍ଶନ ମହାପାତ୍ର ଯୋଗଦେଇଥିଲେ ।

ଉଦଯାପନୀ ଦିବସରେ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକ ତଥା ପ୍ରଶାସକ ସନାତନ ଆଚାର୍ଯ୍ୟ, ବରିଷ୍ଠ ଗାୟକ ଦାମୋଦର ଦାସ, ଗାୟକ ଡକ୍ଟର ରାଜକିଶୋର ନାୟକ, ଚକ୍ରଧର ବାରିକ ଓ ଫାର୍ ବାଲିମିର ପ୍ରକଳ୍ପ ସଂଯୋଜକ କାର୍ତିକେଶ୍ୱର ସାମଲ । ପ୍ରଥମ ଦିନ ପାଲା ପରିବେଷଣ କରିଥିଲେ ବରିଷ୍ଠ ଗାୟକ ପାର୍ଥବୀର ଅମାନ୍ତ, ବିଚିତ୍ରାନନ୍ଦ ପଟ୍ଟନାୟକ, ରବୀନ୍ଦ୍ର କୁମାର ସାମନ୍ତରାୟ ଓ ନକୁଳ ନାଥ ।

ସେହିପରି ଭାବେ ଦ୍ୱିତୀୟ ଦିବସରେ ପାଲା ପରିବେଷଣ କରିଥିଲେ ବରିଷ୍ଠ ଗାୟକ ଉଗ୍ରସେନ ପାଢୀ, ରାମଚନ୍ଦ୍ର କର, ଲକ୍ଷ୍ମଣ ଚରଣ ରାଉତ ଓ ବୈରାଗୀ ବେହେରା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ପାଲାପ୍ରେମୀ ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତକଣ୍ଠାର ସହ ପାଲା ଉପଭୋଗ କରିଥିଲେ । ସ୍ୱାଧୀନ ଶକ୍ତିପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ଲକ୍ଷ୍ମୀଧର ସେନାପତି, ଅନ୍ନଦାଶଙ୍କର ଦାଶ, ବିପ୍ଳବ ସମ୍ବିତ କୁମାର, ଅରବିନ୍ଦ ବେହେରା, ଅମୀୟ କୁମାର ସାମଲ, ବିରେନ କୁମାର ସାମଲ ଓ ଆଶୀଷ କୁମାର ସାମଲ ।

Comments are closed.