Latest Odisha News

ବାଉଁଶ ହସ୍ତଶିଳ୍ପ ଉପରେ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର : ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ଅତିଥି ଭବନଠାରେ ବାଉଁଶ ହସ୍ତଶିଳ୍ପ ଉପରେ ଦିିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ବାଉଁଶ ଶିଳ୍ପରେ ଡିଜାଇନ୍‌, ସହନୀୟତା ଓ ଉତ୍ପାଦର ସମ୍ଭାବ୍ୟ ଅଭିବୃଦ୍ଧି ଉପରେ ଆୟୋଜିତ ଏହି କର୍ମଶାଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ପାଢ଼ୀ କହିଥିଲେ ଯେ ବାଉଁଶରେ ନିର୍ମିତ ହସ୍ତଶିଳ୍ପ ସାମଗ୍ରୀ ପରିବେଶ ଉପଯୋଗୀ ଓ ପ୍ରଦୂଷଣମୁକ୍ତ । ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ସହାୟତାରେ ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ଓ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି ନିମନ୍ତେ ହସ୍ତଶିଳ୍ପ ବିଭାଗ କାର୍ଯ୍ୟ କରୁଛି । ଏହି କର୍ମଶାଳାରେ ଅନ୍ୟତମ ଅତିଥି ଭାବରେ ପିିସିସିଏଫ୍‌, ଓଡ଼ିଶା ଦେବୀଦତ୍ତ ବିଶ୍ୱଳ, ଓଡ଼ିଶା ବାଉଁଶ ଉନ୍ନୟନ ଏଜେନ୍ସିର ରାଜ୍ୟ ମିଶନ ନିର୍ଦ୍ଦେଶକ ସୁଦୀପ ନାୟକ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ବିଭାଗୀୟ ଉପନିର୍ଦ୍ଦେଶକ ଶିଶିର କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କର୍ମଶାଳାରେ ୪ ଜଣ ବିଶିଷ୍ଟ ବକ୍ତା ଯଥା:- ବିନୟ ଭୂଷଣ ଜେନା, ନିରାକାର ଭୋଳ, ସୁଶାନ୍ତ ସି.ଏସ୍‌, ଚିରଞ୍ଜୀବୀ ମିଶ୍ର ଉପସ୍ଥିତ ରହି କାରିଗରମାନଙ୍କୁ ବାଉଁଶ ହସ୍ତଶିଳ୍ପରେ ବ୍ୟବହୃତ ‘କଞ୍ଚାମାଲ, ଉତ୍ପାଦନ ବୃଦ୍ଧି ଏବଂ ଡିଜିାଇନ୍‌ ଓ ବୈଷୟିକ ଜ୍ଞାନ’ ଆହରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.