ଭୁବନେଶ୍ୱର: ୭୯ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ ପାଳିତ ହୋଇଯାଇଛି ।
ସାହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ । ୬ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ତେବେ ରାଷ୍ଟ୍ରପତି ପଦକ ପାଇଥିବା ୬ ଜଣ ହେଲେ ଆର୍ମଡ ପୋଲିସ ଏସଆଇ ଗିରୀଶ ମାଝୀ, ଏସଓଜି ହାବିଲଦାର ପବିତ୍ର ସାହୁ, ହାବିଲଦାର ଉମେଶ ମୁଣ୍ଡା, ଏସଓଜି କମାଣ୍ଡୋ ପୀତାମ୍ବର ସତନାମି । ଓଏସଏପି କମାଣ୍ଡୋ କବି ରାଉତ, ଏସଓଜି କମାଣ୍ଡୋ ସୁଶାନ୍ତ ସାଗର ।

ଏମାନେ ସମସ୍ତେ ବଲାଙ୍ଗୀର ଖପ୍ରାଖୋଲରେ ମାଓବାଦୀ ବିରୋଧୀ ଅପରେସନରେ ସଂପୃକ୍ତ ଥିଲେ । ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ସେମାନେ ହେଲେ ଭିଜିଲାନ୍ସ ଅଧୀକ୍ଷକ ସରୋଜ ସାମଲ, କନଷ୍ଟେବଲ ସତ୍ୟବାଦୀ ମଲିକ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି ।

Comments are closed.