Latest Odisha News

BREAKING NEWS

ଦୁର୍ଘଟଣା: ୮ ମାସରେ ଗଲାଣି ୩ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ଦୁର୍ଘଟଣାରେ ଗତ ୮ ମାସ ମଧ୍ୟରେ ୩୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଥିବା ବେଳେ ଏବେ ଏହାକୁ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ରାଜ୍ୟର ଦୁର୍ଘଟଣାଜନିତ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି,  ଗତ ୮ ମାସ ମଧ୍ୟରେ ଦୁର୍ଘଟଣାରେ ୩୭୧୭ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମାନ ସମୟ ଅବଧି ମଧ୍ୟରେ ୬୩୨୭ ଟି ସଡକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୩୭୧୭ ଜଣଙ୍କର ଜୀବନ ଯାଇଥିବା ବେଳେ ୩୪୦୧ ଜଣ ଗୁରୁତର ହୋଇଛନ୍ତି । ଏହିସବୁ ଦୁର୍ଘଟଣା ମଧ୍ୟରୁ ୯୧୮ ଟି ଦୁର୍ଘଟଣା ଦୃତ ଗାଡି ଚାଳନା କାରଣରୁ ହୋଇଥିବା ବେଳେ ୧୦୫୨ ଟି ଦୁର୍ଘଟଣା ବେପରୁଆ ଗାଡି ଚାଳନା ପାଇଁ ଘଟିଛି । ସେହିଭଳି ୪୬ଟି ଦୁର୍ଘଟଣା ମଦ୍ୟପାନ କରି ଗାଡି ଚାଳନା ପାଇଁ ହୋଇଥିବା ବେଳେ ୪୬୭୭ ଟି ଦୁର୍ଘଟଣା ଅନ୍ୟାନ୍ୟ କାରଣ ପାଇଁ ଘଟିଛି ବେଶଲି ତଥ୍ୟ ରଖିଛନ୍ତି ମନ୍ତ୍ରୀ ।

Comments are closed.