ନୂଆଦିଲ୍ଲୀ: ଶହଶହ ବର୍ଷ ଧରି ଭାରତର ରାଜଧାନୀରେ ଦେଶର ଗରିମା ସାରା ବିଶ୍ୱରେ ବଜାଇ ରଖିଥିବା ତାଜମହଲକୁ ପଛରେ ପକାଇ ଦେଇଛି ଗୁଜରାଟର କେବାଡିଆର ସର୍ଦ୍ଦାର ସରୋବର ବନ୍ଧ ନିକଟରେ ନିର୍ମିତ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟରର ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ।
ଅନେକ ରେକର୍ଡ ଭାଙ୍ଗି ମୁଣ୍ଡଟେକି ଛିଡା ହୋଇଥିବା ଲୌହ ମାନବଙ୍କ ଷ୍ଟାଚ୍ୟୁ ସୃଷ୍ଟି କରିଛି ଆଉ ଏକ ନୂଆ ରେକର୍ଡ । ରୋଜଗାର କ୍ଷେତ୍ରରେ ଏହା ଆଗ୍ରାର ତାଜମହଲକୁ ମଧ୍ୟ ପଛରେ ପକାଇଦେଇଥିବା ଜଣାପଡିଛି ।
ଅକ୍ଟୋବର ୩୧ରେ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ବର୍ଷେ ପୂରଣ ହୋଇଛି । ତେବେ ବର୍ଷେ ଭିତରେ ଏଠାରୁ ୬୩.୩୯ କୋଟି ଟଙ୍କା ରୋଜଗାର ହୋଇଥିବା ସୂଚନା ମିଳିଛି । ଯାହା ତାଜମହଲର ରେକର୍ଡକୁ ବି ଭାଙ୍ଗିଥିବା ଜଣାପଡିଛି। ଚଳିତବର୍ଷ ତାଜମହଲର ରୋଜଗାର ୫୬ କୋଟି ଟଙ୍କା ହୋଇଛି ।
ସୂଚନା ଅନୁସାରେ, ଚଳିତବର୍ଷ ତାଜମହଲକୁ ଦେଖିବାକୁ ୬୪.୫୮ ଲକ୍ଷ ପର୍ଯ୍ୟଟକ ଆସିଥିବା ବେଳେ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ପ୍ରାୟ ୨୪ ଲକ୍ଷ ଲୋକ ଦେଖିବାକୁ ଆସିଛନ୍ତି । ଏହି ତାଲିକାରେ ଦିଲ୍ଲୀର କୁତବମିନାର, ଆଗ୍ରା କିଲ୍ଲା, ଲାଲ କିଲ୍ଲା ଏବଂ ଫତେହପୁର ସିକ୍ରି ମଧ୍ୟ ସାମିଲ ଅଛନ୍ତି ।
୧.ଷ୍ଟାଚ୍ୟୁ ଅଫ୍ ୟୁନିଟି: ୨୪.୪୪ ଲକ୍ଷ ପର୍ଯ୍ୟଟକ, ୬୩ କୋଟି ଟଙ୍କା ରୋଜଗାର
୨.ତାଜମହଲ: ୬୪.୫୮ ଲକ୍ଷ ପର୍ଯ୍ୟଟକ, ୫୬ କୋଟି ଟଙ୍କା ରୋଜଗାର
୩.ଆଗ୍ରା କିଲ୍ଲା: ୨୪.୯୮ ଲକ୍ଷ ପର୍ଯ୍ୟଟକ, ୩୦.୫୫ କୋଟି ଟଙ୍କା ରୋଜଗାର
୪.କୁତବ ମିନାର: ୨୯.୨୩ ଲକ୍ଷ ପର୍ଯ୍ୟଟକ, ୨୩.୪୬ କୋଟି ଟଙ୍କା ରୋଜଗାର
୫.ଫତେହପୁର ସିକ୍ରି: ୧୨.୬୩ ଲକ୍ଷ ପର୍ଯ୍ୟଟକ, ୧୯.୦୪ କୋଟି ଟଙ୍କା ରୋଜଗାର
୬.ଲାଲକିଲ୍ଲା: ୩୧.୭୯ ଲକ୍ଷ ପର୍ଯ୍ୟଟକ, ୧୬.୧୭ କୋଟି ଟଙ୍କା ରୋଜଗାର
Comments are closed.