Latest Odisha News

BREAKING NEWS

‘୭ ଦିନ ପୂର୍ବରୁ ପାଣିପାଗ ଆକଳନ ନୁହେଁ ବିଜ୍ଞାନ ସମ୍ମତ, ବାତ୍ୟା ‘ଗୁଜବ’ ଠାରୁ ଦୂରେଇ ରୁହନ୍ତୁ’

ଭୁବନେଶ୍ୱର: ଅକ୍ଟୋବରରେ ପୁଣି ଆସିବ କି ବାତ୍ୟା ? ଓଡ଼ିଶା ଉପକୂଳରେ କରିବ କି ଲ୍ୟାଣ୍ଡଫଲ୍ ? ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ, ଅକ୍ଟୋବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାର ରୂପ ନେବ । ତେବେ ଏନେଇ ଏଯାବତ ଭାରତୀୟ ପାଣିପାଗ ବିଭାଗ କୌଣସି ପୂର୍ବାନୁମାନ କରି ନାହିଁ ।

ତେବେ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଲୋକଙ୍କୁ ବିବ୍ରତ କରୁଛି । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ସମ୍ଭନ୍ଧରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସହ ଜଡ଼ିତ ସଠିକ୍ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ । ଗୁଜବ ଠାରୁ ଦୂରେଇ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ଏବେ ରାଜ୍ୟରେ ବାତ୍ୟା ନେଇ କୌଣସି ଆକଳନ ପାଣିପାଗ ବିଭାଗ କରି ନାହିଁ । ବର୍ଷା ପରିମାଣ କମିଥିବା ବେଳେ ବିଜୁଳ ଘଡ଼ଘଡ଼ି ଜନିତ ବର୍ଷା ଲାଗି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ବେଳେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପ କମିବାରେ ଲାଗିଛି । ଫଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ଥିବା କୁହାଯାଉଛି ।

Leave A Reply

Your email address will not be published.