Latest Odisha News

BREAKING NEWS

ଓ୍ଵାଇଲ୍ଡ ଲାଇଫ୍ କ୍ୟାମେରାରେ ରେକର୍ଡ ହେଲା ଚୋରି ହେବାର ଦୃଶ୍ୟ: କ୍ୟାମେରା ଚୋରି କରୁଛି ଜଙ୍ଗଲର ରାଜା ସିଂହ

ନୂଆଦିଲ୍ଲୀ: ଜଙ୍ଗଲ ଭିତରେ କ୍ୟାମେରା ଚୋରି ଅଭିଯୋଗରେ ଧରା ପଡ଼ିଲେ ଜଙ୍ଗଲର ରାଜା ସିଂହ। ସିସିଟିଭି କ୍ୟାମେରାରେ ରେକର୍ଡ ହେଲା ଚୋରି କରୁଥିବାର ଦୃଶ୍ୟ। କଥାଟା ହୁଏତ ଆପଣଙ୍କୁ ଟିକେ ଅଖାଡୁଆ ଲାଗୁଥାଇପାରେ, କିନ୍ତୁ ଗୋଟିଏ ସିଂହ ସତରେ ଏଭଳି କିଛି କରିଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ୟୋରକ୍ଲିପସ୍ ନାମକ ଏକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ସାଧାରଣତଃ ଜଙ୍ଗଲରେ ରହୁଥିବା ଖୁବ୍ କମ୍ ଜୀବ ଜଙ୍ଗଲର ରାଜା ସିଂହ ସହିତ ଲଢ଼େଇ କରିବାକୁ କଳ୍ପନା କରନ୍ତି। କାରଣ ସିଂହ ଏକ ଅଦମ୍ୟ ଶକ୍ତିଶାଳୀ ଜୀବ। ଯଦି କେବେ କୌଣସି ଜୀବ ସିଂହ ହାବୁଡ଼ରେ ପଡ଼େ ତେବେ ତାର ମୃତ୍ୟୁ ସୁନିଶ୍ଚିତ । ତେବେ ଏହି ଶକ୍ତିଶାଳୀ ସିଂହର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଓ୍ଵାଇଲ୍ଡ ଲାଇଫ ଫଟୋଗ୍ରାଫରମାନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଜୀବଯନ୍ତୁମାନଙ୍କର ଭିଡିଓ ଆପଣ ନିଶ୍ଚୟ ଦେଖିଥିବେ। ଓ୍ଵାଇଲ୍ଡ ଲାଇଫ ଫଟୋଗ୍ରାଫରମାନେ ସବୁବେଳେ ଜଙ୍ଗଲ ଦୁନିଆର ଖବର ଆମ ମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତି । ସେମନେ ନିଜେ ପଶୁମାନଙ୍କର ଭିଡିଓ ରେକର୍ଡ କରନ୍ତି କିମ୍ବା ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇଥାନ୍ତି। ଯାହା ଦ୍ୱାରା ପଶୁମାନଙ୍କର କାର୍ଯ୍ୟକଳାପ ବିଷୟରେ ଆମକୁ ସୂଚନା ମିଳିଥାଏ ।
କିନ୍ତୁ କୌଣସି ଏକ ଜୀବ ଏହି କ୍ୟାମେରା ଚୋରି କରି ସାଙ୍ଗରେ ନେଇଯାଉଥିବାର ଦୃଶ୍ୟ ବୋଧ ହୁଏ ଆପଣ କେବେ ଦେଖିନଥିବେ। ତେବେ ନିକଟରେ ଏଭଳି କିଛି ବିରଳ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଙ୍ଗଲର ରାଜା ସିଂହ ଏକ କ୍ୟାମେରା ଚୋରି କରୁଥିବାର ନଜର ଆସିଛି । ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଓ୍ଵାଇଲ୍ଡ ଫଟୋଗ୍ରାଫର ଲଗାଇଥିବା ଏକ କ୍ୟାମେରାକୁ ସିଂହ ଚୋରାଇ ନେଉଛି। କିନ୍ତୁ ସିଂହ ତାଙ୍କ କ୍ୟାମେରାକୁ ଉଠାଇ ସାଙ୍ଗରେ ନେଇଯିବ ବୋଲି ସେମାନେ କେବେ ବି ଭାବି ନଥିଲେ ।
ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ ସିଂହ ଜଙ୍ଗଲରେ ବୁଲୁଥିବା ସମୟରେ କ୍ୟାମେରା ଉପରେ ତାର ନଜର ପଡ଼ିଥିଲା । କ୍ୟାମେରା ଦେଖି ସିଂହ ଧିରେ ଧିରେ ତା ପାଖକୁ ଯାଇଥିଲା । ପ୍ରଥମେ କ୍ୟାମେରା ମୁଭ୍ କରୁଥିବା ଦେଖି ସିଂହ ଡରିଯାଇଥିଲା । ଏହା ପରେ ସେ କ୍ୟାମେରାକୁ ପାଟିରେ କାମୁଡ଼ି ଧରି ସେଠାରୁ ପଳାଇଯାଇଥିଲା । ସେଠାରୁ କିଛି ଦୂରକୁ ଯିବା ପରେ ସେ ଦଉଡ଼ିବାକୁ ଲାଗିଥିଲା । କିଛି ବାଟ ଗଲା ପରେ ଥକି ପଡ଼ିବାରୁ ଟିକେ ଅଟକି ଯାଇ ନିଜ ପାଖରେ କ୍ୟାମେରାଟିକୁ ରଖିଥିଲା । ଅଳ୍ପ ସମୟ ପରେ ପୁଣି କ୍ୟାମେରାକୁ ଧରି ଦଉଡ଼ିବା ଲାଗିଥିଲା। ଶେଷରେ ସିଂହ କ୍ୟାମେରାକୁ ତଳେ ପକାଇ ସେଠାରୁ ପଳାଇଥିଲା। ପରେ କିଛି ଫଟୋଗ୍ରାଫର୍ସ ତାଙ୍କ ଗାଡ଼ିରେ ଆସି ସେମାନଙ୍କ କ୍ୟାମେରା ନେଇ ଯାଇଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ୟୋରକ୍ଲିପସ୍ ନାମକ ଜଣେ ୟୁଜର ଏହି ଭିଡିଓକୁ ସେୟାର କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେଉଥିବାବେଳେ ଉପଭୋକ୍ତାମାନେ ଏହି ଭିଡିଓକୁ ବେଶ୍ ଉପଭୋଗ କରୁଛନ୍ତି ।

Leave A Reply

Your email address will not be published.